ପୁଳ ପରିମାଣର ନିକୋଟିନ୍ ଓ ତମାଖୁ ଜାତୀୟ ସାମଗ୍ରୀ ଜବତ

ବୁଗୁଡ଼ା, (ଅନୀଲ କୁମାର ମହାରଣା):  ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ୩୦-୫-୨୬ ତାରିଖ ଦିନ ତହସିଲଦାର ତାପସ ରାଉତଙ୍କ ନେତୃତ୍ୱରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ବିପୁଳ ପରିମାଣର ବେଆଇନ ନିକୋଟିନ୍ ଏବଂ ତମାଖୁ ମିଶ୍ରିତ ଦ୍ରବ୍ୟ ଜବତ କରାଯାଇଛି। ବୁଗୁଡ଼ା ତହସିଲଦାର ଶ୍ରୀ ରାଉତ, ବୁଗୁଡ଼ା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ, ବୁଗୁଡ଼ା ପୋଲିସ ଥାନା ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ଓ ବୁଗୁଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ଦ୍ୱାରା ମିଳିତ ଚଢ଼ଉ କରାଯାଇ ସହରର ୫ଟି ପ୍ରମୁଖ ଦୋକାନରୁ ବେଆଇନ ଭାବେ ବିକ୍ରୟ କରୁଥିବା ପ୍ରାୟ ୧୯ ବ୍ୟାଗ୍ ଟୋବାକୋ ଓ  ନିକୋଟିନ୍ ମିଶ୍ରିତ ଗୁଟଖା, ତମାଖୁ  ସାମଗ୍ରୀ  ଜବତ କରାଯାଇଛି, ଯାହାର ସମୁଦାୟ ଓଜନ ୧୧୬.୨୨୦ କିଲୋଗ୍ରାମ ବୋଲି ଜଣାପଡ଼ିଛି। ଜବତ କରାଯାଇଥିବା ସମସ୍ତ ସାମଗ୍ରୀକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବୁଗୁଡ଼ା ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ