ଓଡିଶା ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ସଂଘମିତ୍ରା ପାତ୍ର ସମ୍ଭର୍ଦ୍ଧିତ

ବୁଗୁଡ଼ା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରର ନୂଆଁ ସାହିର ଧ୍ରୁବ ଚରଣ ପାତ୍ର ଓ ଗୀତାଞ୍ଜଳୀ ପାତ୍ରଙ୍କ କନ୍ୟା ତଥା ଭଞ୍ଜନଗର ସିଭିଲ ଜଜ୍ କୋର୍ଟରେ କନିଷ୍ଠ କିରାଣି ଭାବେ କାର୍ଯ୍ୟରତ ସୁଶ୍ରୀ ସଂଘମିତ୍ରା ପାତ୍ର ପ୍ରକାଶ ପାଇଥିବା ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ମେରିଟ୍ ସଂଖ୍ୟା ୧୮୭ ରେ ଉତ୍ତୀର୍ଣ୍ଣ ହୋଇ ବୁଗୁଡ଼ା ପାଇଁ ଗୌରବ ଆଣିପାରିଛନ୍ତି। ସୁଶ୍ରୀ ସଂଘମିତ୍ରା ଙ୍କ ଏହି ସଫଳତା ପାଇଁ ବୁଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ବିଡିଓ ଦୁତିକୃଷ୍ଣ  ପାତ୍ରଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘମିତ୍ରାଙ୍କ ଏହି ସଫଳତା ପାଇଁ ବୁଗୁଡ଼ା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ