କନିଷ୍ଠ କିରାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କନ୍ଧମାଳ (ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର କନିଷ୍ଠ କିରାଣୀ ଶ୍ରୀଯୁକ୍ତ ଶଙ୍କର୍ଷଣ ଜାନିଙ୍କୁ ତା -୩୧/୫/୨୦୨୬ ରିଖ ରବିବାର ଦିନ ପୂର୍ବାହ୍ନରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟ ସଭାଗୃହରେ ଆୟୋଜିତ ଅବସର କାଳୀନ ସଭାଟିକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ପ୍ରଧାନ ଓ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜାନି ୨୦୦୨ ମସିହାରୁ ବିଦ୍ୟାଳୟରେ କନିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇ ଉକ୍ତ ବିଦ୍ୟାଳୟରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁ ଥିଲେ । ଦୀର୍ଘ ସେବାକାଳ ମଧ୍ୟରେ ସେ ନିଷ୍ଠା, ସତ୍ୟତା ଓ କର୍ତ୍ତବ୍ୟପରାୟଣତାର ସହିତ ନିଜ ଦାୟିତ୍ୱ ପାଳନ କରିଥିବାରୁ ବିଦ୍ୟାଳୟରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ସଭାରେ ଅତିଥିମାନେ ତାଙ୍କର ସେବା ଓ ସହଯୋଗୀ ମନୋଭାବକୁ ଭୁୟସୀ ପ୍ରଶଂସା କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସରକାରୀ କାର୍ଯ୍ୟରୁ ଭାରମୁକ୍ତ କରିବା ପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର କତୃପକ୍ଷଙ୍କ ତରଫରୁ ଶ୍ରୀଯୁକ୍ତ ଜାନି ଙ୍କୁ ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଉକ୍ତ ଅବସର କାଳୀନ ଦିବସରେ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ, ଉଦୟନାଥ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ ଓ ମନୋଜ ମଲିକ ପରିଚାଳନା କମିଟି ସଦସ୍ୟ ଅଚ୍ୟୁତ ଜାନୀ ସମେତ କର୍ମଚାରୀ ନିରଞ୍ଜନ ପ୍ରଧାନ, କିଶୋର ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଶେଷରେ ସମସ୍ତେ ଶ୍ରୀ ଯୁକ୍ତ ଜାନିଙ୍କର ସୁସ୍ଥ, ଶାନ୍ତି ଓ ନିରାମୟ ଜୀବନ ଅତିବାହିତ ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମୁହ ପ୍ରାର୍ଥନା କରିଥିଲେ ।


