ତାଳସୁଆଁ ଗ୍ରାମରେ ଯାତ୍ରା ମହୋତ୍ସବ ଉଦଯାପିତ

କୋଣାର୍କ  (ଓ୍ବାଇଏନଏସ): କୋଣାର୍କ ନିକଟସ୍ଥ ତାଳସୁଆଁ ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ ଅପେରା ଗ୍ରେଟ୍ ଜଗନ୍ନାଥ ପକ୍ଷରୁ ୩ ରାତି ଧରି ଅନୁଷ୍ଠିତ ହେଉଥ‌ିବା ଯାତ୍ରା ଉତ୍ସବ ଉଦଯାପିତ ହୋଇଛି । ତାଳସୁଆଁ ମା ରୁଦ୍ରାୟଣୀ ଯାତ୍ରା କମିଟି ସଭାପତି ରଞ୍ଜିତ ବାରିକ ଓ ଟୁଟୁ ସ୍ବାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଯୁବ ସମାଜସେବୀ ତଥା ବିଜେପି ଯୁବ ନେତା ମନୋଜ ନାୟକ , ଯୁବ ନେତା ତୁଷାର ସ୍ଵାଇଁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗ୍ରାମର ବରିଷ୍ଟ ନାଗରିକ ଶିବ ବାହିନୀପତି ଙ୍କୁ ରଞ୍ଜିତ ବାରିକ , ପ୍ରଶାନ୍ତ କାଣ୍ଡି ପୁଷ୍ପ ଗୁଛ ଓ ଓତରି ଦେଇ ସମ୍ମାନିତ କରିଥଲେ । ଅପେରା ଗ୍ରେଟ୍ ଜଗନ୍ନାଥ ପକ୍ଷରୁ ଅନୁଷ୍ଠିତ ତିନୋଟି ନାଟକ ପ୍ରଥମ ରଜନୀ ‘ନ କହିଲେ ଦୋଷ କହିଲେ ପାପ’ ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କ ହୃଦୟ ସ୍ପର୍ଶ କରିଥିଲା । ଦ୍ବିତୀୟ ରଜନୀରେ ନାଟକ ‘ଜଗାକୁ ଝୁରୁଛି ବଡ଼ ଦେଉଳ’ ଓ ତୃତୀୟ ରଜନୀରେ ନାଟକ ‘ଦୁଃଖ ସରୁନି କି ସୁଖ ଫେରୁନି’ ନାଟକ ଦେଖିବା ପାଇଁ ନରଣପୁରୁ , ବାଲିଦୋକନ , ଖଣ୍ଡଳ , ବାମରା , କୁରୁଜଙ୍ଗ , ବଢେଇଛକ , ଆଖପାଖ ଅଞ୍ଚଳରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ବ ଦର୍ଶକ ଏହି ଯାତ୍ରା ମହୋତ୍ସବରେ ସମାଗମ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ସଞ୍ଜୟ ବିଶ୍ଵାଳ , ଦିପୁ ବେହେରା , ଅନିଲ ଶେଠ୍ , ସଞ୍ଜୟ ସ୍ବାଇଁ , ଶ୍ରୀକାନ୍ତ ଜେନା , ପ୍ରଶାନ୍ତ ସ୍ୱାଇଁ , ସୁବାସ ବେହେରା , ପିଙ୍କୁନା ଶେଠ୍ , ପ୍ରଭାତ ଶେଠ୍ , ଅଭିଜିତ ବାହିନୀପତି ଙ୍କ ନେତୃତ୍ୱରେ ଯାତ୍ରା ମଞ୍ଚ ପରିଚାଳିତ ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ସବୁ ବର୍ଷ ଏହା ହେବ ବୋଲି କମିଟି ର ସଦସ୍ୟ ମାନେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ