ଶିକ୍ଷା ବିଭାଗ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଶିକ୍ଷାବିଭାଗର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଛାତ୍ରବତ୍ସଳା ପ୍ରଧାନଶିକ୍ଷୟତ୍ରୀ ସନ୍ତୋଷ କୁମାରୀ ଶତପଥୀ ଓ ସହକାରୀ ଶିକ୍ଷକ ବିଚିତ୍ର ବିହାରୀ ଦାସ, ସିମାଞ୍ଚଳ ସାହୁ, ସନ୍ତୋଷ କୁମାର ଗୌଡ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିସାରିଛନ୍ତି। ଏହି ଅବସରରେ ସୋମବାର ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଏକ ଅବସରକଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷ କୁମାରୀ ଶତପଥୀ ଏବଂ ସହକାରୀ ଶିକ୍ଷକ ବିଚିତ୍ର ବିହାରୀ ଦାସ ଏବଂ ସିମାଞ୍ଚଳ ସାହୁ ଓ ସନ୍ତୋଷ କୁମାର ଗୌଡ ଯେଉଁଭଳି ଭାବେ ଦୀର୍ଘ ବର୍ଷ ଧରି ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଲାଗି ନିରବିଚ୍ଛିନ୍ନ ତ୍ୟାଗ, କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା, ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ବାତ୍ସଲ୍ୟ ମନୋଭାବ, ନିଷ୍ଠାପର କାର୍ଯ୍ୟଦକ୍ଷତା ଏକ ମାଇଲଖୁଣ୍ଟ ସଦୃଶ ହୋଇ ରହିବ ବୋଲି ପ୍ରକାଶ କରିବା ସହ ସେମାନେ ଶିକ୍ଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା ବେଳେ ସେମାନଙ୍କ ବହୁମୁଖୀ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ସ୍ମୃତିଚାରଣ କରି ସୁଖମୟ, ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷ କୁମାରୀ ଶତପଥୀ, ସହକାରୀ ଶିକ୍ଷକ ବିଚିତ୍ର ବିହାରୀ ଦାସ ଏବଂ ସିମାଞ୍ଚଳ ସାହୁ ଓ ସନ୍ତୋଷ କୁମାର ଗୌଡଙ୍କୁ ଆସିକା ଶିକ୍ଷାବିଭାଗ ପକ୍ଷରୁ ଉତ୍ତରୀୟ ଓ ପୁୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସନ୍ତୋଷ କୁମାରୀ ଶତପଥୀ ଏବଂ ସହକାରୀ ଶିକ୍ଷକ ସିମାଞ୍ଚଳ ସାହୁଙ୍କୁ ଆସିକା ଶିକ୍ଷା ବିଭାଗ ପକ୍ଷରୁ ଚୁଡାନ୍ତ ପେନ୍‌ସନ୍ ସଂକ୍ରାନ୍ତିୟ କାଗଜପତ୍ର ପ୍ରଦାନ କରାଯାଇଥିଲା। ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଟିତ ହୋଇଥିବା ଏହି ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଇଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ କେ.ଶ୍ରୀନିବାସ ପାତ୍ର, ଅନିଲ୍‍ କୁମାର ଜେନା, ଚିନ୍ମୟ ପ୍ରଧାନ, ସୋମନାଥ ପ୍ରଧାନ, ହେମନ୍ତ ନନ୍ଦ, ଅମୂଲ୍ୟ କୁମାର ଦାଶ, ସନ୍ତୋଷ କୁମାର ପଟ୍ଟନାୟକ, ଭାଗ୍ୟଲତା ଲେଙ୍କା, ମନ୍ଦାକିନୀ ରଥ, ସୌଭାଗ୍ୟବତୀ ଦେବୀଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ