ରଥଯାତ୍ରା ପାଇଁ ସମବାୟ ଚିନିଶିଳ୍ପରେ ପ୍ରସ୍ତୁତି ବୈଠକ
ଆସିକା(ୱାଇଏନ୍ଏସ୍) ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ଜଗତର ନାଥ ଜଗନ୍ନାଥଙ୍କ ଆଗାମୀ ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ରଥ ନିର୍ମାଣ କାର୍ଯ୍ୟ। ଆଉ ମାତ୍ର କିଛି ଦିନ ପରେ ଅନୁଷ୍ଟିତ ହେବ ପବିତ୍ର ରଥଯାତ୍ରା। ତିନିଠାକୁର ଭକ୍ତଙ୍କ ଗହଣରେ ନବଦିନ ବ୍ୟାପୀ ମାଉସୀମା ମନ୍ଦିରକୁ ଯିବେ। ଆସନ୍ତା ଜୁଲାଇ ମାସ ୧୬ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଉତ୍ସାହ ଉଦ୍ଦୀପନାର ସହ ବିଧିବିଧାନ ଅନୁଯାୟୀ ସମ୍ପନ୍ନ କରିବା ସକାଶେ ସୋମବାର ଅପରାହ୍ନରେ ଆସିକା ସମବାୟ ଚିନିଶିଳ୍ପର କୃଷକ ଭବନ ପରିସରରେ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର କାର୍ଯ୍ୟକର୍ତ୍ତା ଏବଂ କର୍ମଚାରୀମାନଙ୍କୁ ନେଇ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି। ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ଉପସଭାପତି ତଥା ଶିଳ୍ପାନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ମଲିକ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର କର, ସଦସ୍ୟ ଇଂ ଅରୁଣ କୁମାର ପାତ୍ର, ଚିତ୍ତ ଚିନ୍ମୟ ରଂଜନ ନାୟକ, କେଦାରନାଥ ସାହୁ, ରାମପ୍ରସାଦ ଶତପଥୀ, ବାଇଧର ନାୟକ, ଦାମୋଦର ସିୟ, ଜୟରାମ ଯାଦବ, ଅନିଲ୍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କା, ବଳରାମ ସୁବୁଦ୍ଧି, ଜଗଦିଶ ପାତ୍ର, ସୁଜିତ୍ କୁମାର ପୃଷ୍ଟି, ଦିଲୀପ କୁମାର ଗୌଡ ପ୍ରମୁଖ ଯୋଗଦେଇ ଆଗାମୀ ୨୯ ତାରିଖରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ମାସ ୧୫ ତାରିଖରେ ହେବାକୁ ଥିବା ଠାକୁରଙ୍କ ନବଯୌବନ ଦର୍ଶନ ଏବଂ ଜୁଲାଇ ମାସ ୧୬ ତାରିଖରେ ହେବାକୁ ଥିବା ରଥଯାତ୍ରା ଦିନ ଶ୍ରୀ ଜିଉଙ୍କ ପହଣ୍ଡି, ରଥଟଣା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମାଉସୀ ମା ମନ୍ଦିର ପ୍ରତିଷ୍ଠା, ରଥଯାତ୍ରା ଦିନ ଶୃଙ୍ଖଳିତ ରଥାଟଣା ପାଇଁ ପଦକ୍ଷେପ ସମେତ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯିବା ସାଙ୍ଗକୁ ରଥଯାତ୍ରା ସମୟରେ ଯେଭଳି କୌଣସି ଅବ୍ୟବସ୍ଥା ନହୁଏ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ରଥଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ସାମିଲ ହେବାକୁ ଥିବା ବେଳେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଆଗାମୀ ଜୁଲାଇ ମାସ ୧୬ ତାରିଖ ଗୁରବାର ଦିନ ଅନୁଷ୍ଟିତ ହେବାକୁ ଥିବା ରଥଯାତ୍ରା ସମୟରେ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଜଗନ୍ନାଥ ମନ୍ଦିରରୁ ବାହାରି ମାଉସୀ ମା ମନ୍ଦିର ନିକଟରେ ପହଁଞ୍ଚିବା ପରେ ଦାରୁବ୍ରହ୍ମ ନବଦିନ ବ୍ୟାପି ଆଡପ ମଣ୍ଡପରେ ପୂଜାପାଇବେ। ଚଳିତ ବର୍ଷ ମହାପ୍ରଭୁଙ୍କ ଆଶୀର୍ବାଦରୁ ଚିନିଶିଳ୍ପ ନୁଆଗାଁରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ଉତ୍ସବକୁ ଆନନ୍ଦ ଓ ଉଲ୍ଲାସର ସହ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଆଗାମୀ ରଥଯାତ୍ରାକୁ ଉତ୍ସାହ ଓ ଉଦ୍ଦୀପନାର ସହ ସରସ ସୁନ୍ଦର ତଥା ଶୃଙ୍ଖଳିତ ଭାବେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ସମାପ୍ତ କରିବା ସକାଶେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚିନିଶିଳ୍ପର କର୍ମଚାରୀ କାଳନ୍ଦୀ ଚରଣ ସାହୁ, ହାଡୁ ପାତ୍ର, ବିନୋଦ ଜେନା, ଅତୁଲ୍ୟ ଖଣ୍ଡୁଆଳ, ରାଜେଶ୍ ନାୟକ, ଜଗନ୍ନାଥ ପଟ୍ଟନାୟକ, ଜ୍ୟୋତିରଂଜନ ତ୍ରିପାଠୀ, ସିମାଞ୍ଚଳ ମହାନ୍ତି, ଶମ୍ଭୁ ନାୟକ, ସଂଜୟ ମଳିକ, କୈଳାଶ ଗୌଡ, ପ୍ରଶାନ୍ତ ବିଶ୍ୱାଳ, କାଳୁଚରଣ ପ୍ରଧାନ, ଟୁନା ସ୍ୱାଇଁ, ତ୍ରିନାଥ ସ୍ୱାଇଁ, ଏମ୍.ରାମବାବୁ ଦୋରା, ସୁରେନ୍ଦ୍ରନାଥ ବେହେରା, କୋରା ସିୟ, ଅଶୋକ ପ୍ରଧାନ, ସେମିଆ ପାତ୍ର, ନାରାୟଣ ଗୌଡ, ତ୍ରିନାଥ ବେହେରା, ତ୍ରିନାଥ ପାତ୍ରଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।


