ବଢିଛି ଅଲିଭ ରିଡେଲଙ୍କ ଅଣ୍ଡାଦାନ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ବଢୁଛି ଅଲିଭ ରିଡେଲଙ୍କ ଆଗମନ। ବର୍ଷାନୁକ୍ରମେ ଗଣଅଣ୍ଡାଦାନ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ତୁଳନାରେ ଏଥର ଅଧିକ ବସା ଚିହ୍ନଟ ହୋଇଛି। ୨୦୨୪-୨୫ରେ ୧୭୨୪ବସାରୁ ୧ଲକ୍ଷ ୮୬ହଜାର ୬୩୨ଅଣ୍ଡା ସଂଗ୍ରହ ହୋଇଥିଲା। ସେଥି ମଧ୍ୟରୁ ୧ଲକ୍ଷ ୨୪ହଜାର ୭୯୮ଅଣ୍ଡାରୁ ଛୁଆ ସୁରକ୍ଷିତ ଫୁଟିବା ପରେ ଛଡ଼ାଯାଇଛି। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ, ସ୍ଥାନୀୟ ବାସିନ୍ଧା ଓ ସ୍ବେଛାସେବୀ ସଂଗଠନର ସହଭାଗିତାରେ ଧୀରେ ଧୀରେ ଅଲିଭ ରିଡେଲ ଙ୍କ ସୁରକ୍ଷା ସୁନିଶ୍ଚିତ ହେଉଛି। ତଥ୍ୟ ମୁତାବକ ଅସ୍ତରଙ୍ଗ ରେ ସର୍ବାଧିକ ୧୨୯୧ବସାରୁ ୧ଲକ୍ଷ ୪୭ହଜାର ୧୭୧ଅଣ୍ଡା ସଂଗ୍ରହ ହୋଇଥିଲା। ସେଥିମଧ୍ୟରୁ ୧ଲକ୍ଷ ୨୦ହଜାର ୮୯୦ଅଣ୍ଡାରୁ ସୁରକ୍ଷିତ ଛୁଆ ଫୁଟିଛି। ସେହିପରି କୋଣାର୍କ ରେ ୪୫୮ବସାରୁ ୫୩ହଜାର ୫୩୨ଅଣ୍ଡା ସଂଗ୍ରହ ହୋଇଥିଲା। ଅଲିଭ ରିଡେଲ ଙ୍କ ଆଗମନ ପ୍ରଜନନ ନଭେମ୍ବର ରୁ ଆରମ୍ଭ ହୋଇ ମେ ପର୍ଯ୍ୟନ୍ତ ଚାଲେ। ପ୍ରଜନନ ସମୟରେ ଓମଫ୍ରା ଆକ୍ଟ ଯୋଗୁଁ ଟ୍ରଲର ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଦେଵୀ ମୁହାଁଣ ର ୨୦କିଲୋମିଟର ଏବଂ କେଳୁଣୀ ମୁହାଁଣର ୫କିଲୋମିଟର ପର୍ଯ୍ୟନ୍ତ ନୋ ଫିସିଂ ଜୋନ ଘୋଷଣା କରାଯାଇଥିଲା। ଅଣ୍ଡାରୁ ଛୁଆ ଫୁଟିବା ପ୍ରକ୍ରିୟା ମଧ୍ୟ ସୁରକ୍ଷିତ ହୋଇଥିଲା।


