ବୈତରଣୀ ନଦୀରେ ଗାଧୋଇବା ବେଳେ ଅଘଟଣ: ଜଣେ ଛାତ୍ର ମୃତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧୀନସ୍ଥ ଆଇତିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମୃତପୁର ଗ୍ରାମର ୪ଜଣ ପିଲା ଗାଧୋଉଥିବା ସମୟରେ ଚୋରା ବାଲିରେ ଗୋଡ଼ ଗଳିଯିବା ଫଳରେ ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ଜଣା ଯାଇଛି। ଖବରରୁ ଜଣା ଯାଇଛି ଯେ ଆଜି ମାଧ୍ୟାନ୍ନରେ ଗ୍ରାମର ୪ଜଣ ପିଲା ଗାଧୋଇବାକୁ ବୈତରଣୀ ନଦୀକୁ ଯାଇଥିଲେ। ଗାଧୋଉ ଥିବା ସମୟରେ ଚିତ୍ତରଞ୍ଜନ ଭୂତିଆଙ୍କର ସାନ ପୁଅ  ସୋମ୍ୟରଞ୍ଜନ ଭୂତିଆ (୧୬)ଏବଂ ସଦାନନ୍ଦ ଦାସ ପୁଅ ଆକାଶ ଦାସ (୨୦) ଚୋରା ବାଲିରେ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ। ଏହା ଦେଖି ଅନ୍ୟ ଦୁଇଜଣ ପିଲା ଡାକ ପକାଇବାରୁ ରାସ୍ତାରେ ଯାଉଥିବା ବାଟୋଇ ଦୌଡ଼ି ଆସି ସେମାନଙ୍କୁ ଉଦ୍ଧାର କରିବା ପରେ ଶାଳଣିଆଁ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ସୋମ୍ୟରଞ୍ଜନଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ଆକାଶକୁ ଶାଳନିଆଁ ଡାକ୍ତରଖାନା ରେ ରଖାଯାଇ ଚିକିତ୍ସା କରାଯାଉଛି। ସୋମ୍ୟରଞ୍ଜନ ଭୂତିଆ ଗେଡ଼ମା ହାଇସ୍କୁଲ ରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କଲେଜ ରେ ପଢିଥାନ୍ତେ। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ