ବିଧାୟକ ମେଧା ସମ୍ମାନ-୨୦୨୬ ପାଳିତ
ଧାମନଗର (ଓ୍ବାଇଏନଏସ): ଧାମନଗର ମହାବିଦ୍ଯାଳୟ ସମ୍ମିଳନୀ କକ୍ଷରେ “ବିଧାୟକ ମେଧା ସମ୍ମାନ”-ସହ ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବର୍ଗରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ,ପ୍ରଧାନଶିକ୍ଷକ ଓ ବିଦ୍ଯାଳୟକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୁରୁବାର ସକାଳ ୮ଟା ୩୦ମିନିଟ ସମୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜୟ ବେଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧାମନଗର ବିଧାୟକ ତଥା ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଧାମନଗର ଅଞ୍ଚଳରେ ଶିକ୍ଷା କିପରି ବୃଦ୍ଧି ପାଇବ ସେ ନେଇ ଗୁରୁତ୍ୱ ଆରୋପ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏହାର ବିକାଶ ପାଇଁ ପରାମର୍ଶ ଦେଇଥିଲେ। “ବିଧାୟକ ମେଧା ସମ୍ମାନ”-୨୦୨୬ ଏହି ସମ୍ମାନ ବିଭିନ୍ନ ସଫଳ ଛାତ୍ରଛାତ୍ରୀ,ପ୍ରଧାନଶିକ୍ଷକ ଏବଂ ସଫଳ ସ୍କୁଲ ଗୁଡିକୁ ଭିନ୍ନ ଭିନ୍ନ ବିଭାଗରେ ସମ୍ମାନିତ କରିଥିଲେ। ଏଥିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ,ପିଡି ସୁଭେଦ୍ର ସାମଲ,ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ,ବ୍ଲକ ଶିକ୍ଷା ଧିକାରୀ ପ୍ରଫୁଲ୍ଲ କୁମାର ସାହୁ,ବିଡ଼ିଓ ବନବିହାରୀ ଦିନ୍ଦା,ତହସିଲର ଜ୍ଞାନରଞ୍ଜନ ସାହୁ,ପୂର୍ବତନ ଅଧକ୍ଷ ରଘୁନାଥ ପଣ୍ଡା ଓ ଅନ୍ୟ ଅଧିକାରୀ ବିଭିନ୍ନ ବର୍ଗ ୧୩ ଜଣ ଏ ୱାନ ଗ୍ରେଡ ପ୍ରାପ୍ତ ବିଦ୍ୟାର୍ଥୀଙ୍କୁ ପ୍ରତ୍ୟେକଙ୍କୁ ୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ୨ଜଣ କ୍ରୀଡା ଓ କଳାରେ ଉଲ୍ଲେଖନୀୟ ସଫଳତା ପାଇଥିବା ପ୍ରତ୍ୟେକଙ୍କୁ ୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରିବା ସହିତ ୨ଟି ସର୍ବାଧିକ ଏ ୱାନ ପ୍ରାପ୍ତ ବିଦ୍ୟାଳୟର ଉଭୟ ପ୍ରଧାନଶିକ୍ଷକଙ୍କୁ ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଡ୍ରପ ଆଉଟ ହ୍ରାସରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଧାନଶିକ୍ଷକଙ୍କୁ ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ବିଧାୟକ ହାତପାଣ୍ଠିରୁ ୧୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ ସହ ନାମଲେଖା ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ପ୍ରଧାନଶିକ୍ଷକଙ୍କୁ ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସହ ବିଧାୟକ ହାତପାଣ୍ଠିରୁ ୧୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ଲକ ଏବଂ ନଗର ପ୍ରତିନିଧି ଅଶୋକ ପୁହାଣ,କୈଳାସ ଚନ୍ଦ୍ର ମହାପାତ୍ର,ସାଂସଦଙ୍କ ବ୍ଲକ ଏବଂ ନଗର ପ୍ରତିନିଧି ମନୋରଞ୍ଜନ ମଲ୍ଲିକ,ସରୋଜ ମହାପାତ୍ର,ବିଜେପି ନେତା ଅରବିନ୍ଦ ପତି,କିଶୋର ଚନ୍ଦ୍ର ଦାସ,ନାରୀନେତ୍ରୀ ରଞ୍ଜିତା ସ୍ୱାଇଁ,ହୃଦାନନ୍ଦ କର,ସନ୍ତୋଷ ଦାସ ଅଧିକାରୀ,ବୈକୁଣ୍ଠ ନାଥ ସାହୁ,ବିଦ୍ୟାଧର ରାଉତ,ବିଜୟ ରାମ,ପ୍ରମୋଦ ସୂତାର,ସୁଭେନ୍ଧୁ ପାତ୍ର,ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ପ୍ରମୁଖ ଯୋଗ ଦେଇଥିବା ବେଳେ କଲେଜ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ


