ରାଜସ୍ୱ ମହାସମାଧାନ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ “ ମୋ ଗାଁ ମୋ ତହସିଲ” କାର୍ଯ୍ୟକ୍ରମ ଅନ୍ତର୍ଗତ ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତରେ ରାଜସ୍ୱ ମହାସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜନ ସାଧାରଣଙ୍କୁ ବିଭିନ୍ନ ରାଜସ୍ୱ ସେବ ଯୋଗାଇ ଦିଆଯାଇଥିଲା । ଆର.ଓ.ଆର(ରେକର୍ଡ ଅଫ ରାଇଟ୍ସ)ର ୨ ଖାନା ସଂଶୋଧନ ପାଇଁ ଦରଖାସ୍ତ ଗ୍ରହଣ, ସଂଶୋଧିତ ନୂତନ ପଟ୍ଟା ବଣ୍ଟନ, ବସୁନ୍ଧରା ଯୋଜନା ଅଧିନରେ ଦରଖାସ୍ତ ଗ୍ରହଣ, ବିଭିନ୍ନ ରାଜସ୍ୱ ସମ୍ବନ୍ଧୀୟ ଅଭିଯୋଗ ଗ୍ରହଣ ଓ ତାହାର ସମାଧାନ କରାଯାଇଥିଲା । ଏଥିସହିତ ଜମିଜମା ସମ୍ବନ୍ଧୀୟ ବିବାଦ, ରାଜସ୍ୱ ମାମଲା ଏବଂ ଅନ୍ୟାନ୍ୟ ଆବେଦନ ଗୁଡିକର ଶୁଣାଣୀ କରାଯାଇ ସମ୍ଭବପର ସ୍ଥଳେ ତୁରନ୍ତ ସମାଧାନ କରାଯାଇଥିଲା । ଶିବିରରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇ ସରକାରଙ୍କ ବିଭିନ୍ନ ରାଜସ୍ୱ ସେବାର ସୁବିଧା ଗ୍ରହଣ କରିଥିଲେ । ସରକାରଙ୍କ ଏହି ଜନମୁଖୀ ପଦକ୍ଷେପ ମାଧ୍ୟମରେ ରାଜସ୍ୱ ସେବାକୁ ଗ୍ରାମାଞ୍ଚଳର ଲୋକଙ୍କ ଦ୍ୱାର ପ୍ରାନ୍ତରେ ପହଞ୍ଚାଇବା ସହ ସେମାନଙ୍କ ସମସ୍ୟାର ଶୀଘ୍ର ସମାଧାନ କରାଯାଉଥିବା ତହସିଲ ପକ୍ଷରୁ କୁହାଯାଇଛି ।


