ନଦୀରେ ବୁଡି ମୃତ୍ୟୁ ବରଣ କରିଥିବା ଛାତ୍ରର ପରିବାରକୁ ଭେଟିଲେ ବିଧାୟକ

ହାଟଡିହି  (ଓ୍ବାଇଏନଏସ): ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧୀନସ୍ଥ ଆଇତିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମୃତପୁର ଗ୍ରାମରେ ୪ଜଣ ପିଲା ଗାଧୋଇବାକୁ ଯାଇଥିବା ବେଳେ ଚିତ୍ତରଞ୍ଜନ ଭୂତିଆଙ୍କର ସାନ ପୁଅ  ସୌମ୍ୟରଞ୍ଜନ ଭୂତିଆର ମୃତ୍ୟୁ ଘଟିଥିଲା। ଖବରପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଆଜି ସୌମ୍ୟରଞ୍ଜନଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହିତ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତାଙ୍କ ସହିତ ଜିଲ୍ଲା ଛତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ଯୁବ ବିଜେଡି ସମ୍ପାଦକ ଦୀପ୍ତି ରଞ୍ଜନ ଦାସ, ବିଜେଡି ନେତା ଗଦାଧର ଦାସ, ଯୁଗଳ କିଶୋର ଦାସ, ଶରତ ଦେଓ ଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ