ଭୁଲୁ କାହିଁକି

ଉଠ ଉଠ ହାଟ ସାର ମଠ କାହିଁକି

ଉଡୁଛି କାଳଛଞ୍ଚାଣ ଜଣା ନାହିଁ କି।। ଘୋଷା।।

 

ହାଟ ସରିଗଲେ ବାବୁ

ଶ୍ରୀପୁରୁଷୋତ୍ତମ ଯିବୁ

ବାଟ ଚାହିଁ ରହିଛନ୍ତି ବୁଲୁ କାହିଁକି ।

 

ଭାବ ନାହିଁ କାଠ ସିଏ

ସବୁ ସେ ହିସାବ ନିଏ

ଚକା ଚକା ଆଖି ସବୁ ଦେଖୁଥାଇ କି ।

 

ହାଟ ସଉଦା ତୋହର

ପାପ ପୂଣ୍ଯର ବିଚାର

ଯାହା ଅର୍ଜିବୁ ଭୋଗିବୁ ଜଣା ନାହିଁ କି ।

 

ବନ୍ଧୁ ବର୍ଗ ସାହି ଭାଇ

କେହି ଭାଗ ନେବେ ନାହିଁ

ସଉଦା ଖାଇବେ ପାପ ତୁମ ପାଇଁ କି ।

 

ପଢ ଗୀତା ଭାଗବତ

ବୁଝିବୁ ଏ ଗୁଢ ତତ୍ତ୍ବ

ଦସ୍ୟୁ ରତ୍ନାକର କାହିଁ ହେଲେ ବାଲ୍ମୀକି ।

 

ନ ବୁଝି ପାରିଲେ ବାବୁ

ଶ୍ରୀପୁରୁଷୋତ୍ତମ ଯିବୁ

କାଠ ମଧ୍ୟେ ଦାରୁବ୍ରହ୍ମ ଭୁଲୁ କାହିଁକି ।

 

ଗଦାଧର ସାହୁ,

ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ