ଆସିକା ବିଜେଡିର ବିଶାଳ ନାରୀ ଅଧିକାର ଅଭିଯାନ
ଆସିକା (ୱାଇଏନ୍ଏସ୍) ମହିିଳାଙ୍କ ପ୍ରତି ବଢି ଚାଲିଥିବା ନିର୍ଯ୍ୟାତନା ବନ୍ଦ ଏବଂ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରବିବାର ଆସିକା ବିଧାନସଭା ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଗହଙ୍ଗୁ ଗ୍ରାମରେ ଏକ ବିଶାଳ ନାରୀ ଅଧିକାର ଅଭିଯାନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ସଂଯୋଜନା ଓ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବିଶାଳ ନାରୀ ଅଧିକାର ଅଭିଯାନ ସମାବେଶରେ ପୂର୍ବତନ ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ବରିଷ୍ଠ ବିଜେଡି ନେତ୍ରୀ ରଂଜିତା ସାହୁ, ସଂଘମିତ୍ରା ଦଳେଇ, ବିଜେଡି ନେତା ସୁବାସ ମହାରଣା, ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ତଥା ଆଇନଜୀବୀ ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଆସିକା ମହିଳା ନଗର ବିଜେଡିର ସଭାନେତ୍ରୀ ଏନ୍.ରଶ୍ମିତା ସେନାପତି, ବରିଷ୍ଠ ବିଜେଡି ନେତା ଅନିଲ୍ କୁମାର ନାୟକ, ସନ୍ତୋଷ କୁମାର ନାୟକ, ଜୟସେନ ସ୍ୱାଇଁ, କାମରାଜୁ ଭୋଳ, ରବିନ୍ଦ୍ର କୁମାର ସାମଲ, ଅମୁଲ୍ୟ କୁମାର ଉପାଧ୍ୟାୟ, ମନୋଜ କୁମାର ପରିଡା, ଜୟନ୍ତୀ ବେହେରା, ରୁନୁ ସାହୁ, ପ୍ରତିମା ନାହାକ ପ୍ରମୁଖ ଉଦ୍ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିବା ସାଙ୍ଗକୁ ନାରୀ ନିର୍ଯ୍ୟାତନା ସହ ହାଜତ ମୃତ୍ୟୁରେ ବିଜେପି ସରକାର ରେକର୍ଡ କରିଥିଲା ବେଳେ ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଜୀବିକା ଦୁର୍ବିସହ ହେବାରେ ଲାଗିଥିଲା ବେଳେ ରାଜ୍ୟରେ ଏକ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି ବୋଲି ଗୁରୁତର ଅଭିଯୋଗ କରି ହିତାଧିକାରୀମାନଙ୍କୁ ଭତ୍ତା ମିଳୁନଥିଲା ବେଳେ ସବୁଥିରେ ମିଛ କଥା କହି ଶାସନଗାଦିକୁ ଆସିଥିବା ଅପାରଗ ବିଜେପି ସରକାରକୁ ମା ମାନେ ହିଁ ନିଶ୍ଚିତ ଭାବେ ଆଗାମୀ ଦିନରେ ବିଦା କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ରବିବାର ଅନୁଷ୍ଠିତ ବିଶାଳ ନାରୀ ଅଧିକାର ଅଭିଯାନ ସମାବେଶ ଅବସରରେ ଦଳର ମହିଳା ସଂଗଠନ, ବିଜୁ ଯୁବ ଛାତ୍ର ସଂଗଠନ, ଦଳୀୟ ନେତା ଓ କର୍ମୀ ଗହଙ୍ଗୁ ଗ୍ରାମର ପ୍ରସିଦ୍ଧ ଶୈବପୀଠ ପାତାଳେଶ୍ୱର ନିକଟରୁ ବାହାରି ନବୀନ ପଟ୍ଟନାୟକ ଜିନ୍ଦାବାଦ୍, ମଂଜୁଳା ସ୍ୱାଇଁ ଜିନ୍ଦାବାଦ୍ ଧ୍ୱନି ଦେଇ ଗ୍ରାମ୍ୟ ପରିକ୍ରମା କରିବା ପରେ ମା ମଙ୍ଗଳା ମନ୍ଦିର ନିକଟରେ ଅନୁଷ୍ଠିତ ସଭାରେ ଯୋଗଦେଇଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ନାରୀ ଅଧିକାର ସମାବେଶ ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବିପୁଳ ସମାଗମକୁ ଦେଖି ବିରୋଧୀଙ୍କ ମହଲରେ ଛନକା ପଶିଯାଇଥିବା ଦେଖିବାକୁ ମିଳିଛି । ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ନାରୀ ଅଧିକାର ଅଭିଯାନ ସମାବେଶ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ରବିନ୍ଦ୍ରନାଥ ସାହୁ, ରବିନ୍ଦ୍ର ପୋଲାଇ, ତ୍ରିନାଥ ବେହେରା, ଅମିତ୍ ନାହାକ, ପାଣ ମଲିକ, ମନୋଜ ପୋଲାଇ, ରଂଜିତ୍ ଗୌଡ, ଲବ ସାହୁ, ସୁଦାମ ଦୋରା, ଜିତେନ୍ଦ୍ର କୁମାର ମହାରଣା, ମୁନା ବାରିକ, ଟୁକୁନା ନାହାକ, ସାଇରାଜ ଦଳେଇ, ସନାତନ ବିଶ୍ୱାଳ, ସୂର୍ଯ୍ୟନାରାୟଣ ଭୂୟାଁ, ଶିବପ୍ରସାଦ ଶତପଥୀ, ନରେଶ ବିଷୋୟୀ, ଶ୍ୱେତବସନ୍ତ ଲେଙ୍କା, ଶିବରାମ ପାଣିଗ୍ରାହୀ, ସିମାଞ୍ଚଳ ସ୍ୱାଇଁ, ବାପିନା ଜେନା, ଭଗବାନ ବିଶ୍ୱାଳ, କେ.ରବିନ୍ ପାତ୍ର, ଆକାଶ ସ୍ୱାଇଁ, ନିଳାଞ୍ଚଳ ମହାରଣାଙ୍କ ସମେତ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ନାରୀ ଅଧିକାର ଅଭିଯାନ ସମାବେଶ କାର୍ଯ୍ୟକ୍ରମରେ ଆସିକା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକଙ୍କ ହୃଦୟସ୍ପର୍ଶୀ ଭାଷଣକୁ ଶୁଣି ଶହ ଶହ ଦଳୀୟ ନେତାଙ୍କ କରତାଳିରେ ପରିବେଶ ପ୍ରକମ୍ପିତ ହୋଇପଡିଥିବା ଦେଖିବାକୁ ମିଳିଥିଲା ।


