ବନ୍ତ ବଜାର ଅଞ୍ଚଳକୁ ସମ୍ପୂର୍ଣ୍ଣ ଜବର ଦଖଲମୁକ୍ତ କରିବା ନେଇ ଅଞ୍ଚଳବାସୀ ଦାବୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବଜାର ଅଞ୍ଚଳକୁ ସମ୍ପୂର୍ଣ୍ଣ ଜବର ଦଖଲ ମୁକ୍ତ କରାଯାଇ ବଜାର ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରିବା ସହିତ ବ୍ୟବସାୟୀ ମାନଙ୍କୁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବା ନେଇ ବନ୍ତ ଅଞ୍ଚଳର ଅଧିରାଜ ନାଥ, ବସନ୍ତ କୁମାର ବିଶ୍ୱାଳ, ଲକ୍ଷ୍ମୀଧର କର, ସନ୍ତୋଷ କୁମାର ଗାହାଣ, ମାନସ କୁମାର ଜେନା, ସୁକାନ୍ତ ବେହେରା ପ୍ରମୁଖ ସୋମବାର ବନ୍ତ ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଦୀର୍ଘ ୪ ବର୍ଷ ତଳେ ବନ୍ତ ବଜାର ଅଞ୍ଚଳ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ହୋଇଥିବା ବେଳେ ସେତେବେଳେ ପ୍ରିୟାପ୍ରତି ତୋଷଣ କରାଯାଇ ଅନେକ ଘର ଭଙ୍ଗା ଯାଇନଥିଲା । ଯେଉଁ କିଛି ସରକାରୀ ଜାଗା ଜବର ଦଖଲ ଉଚ୍ଛେଦ କରାଯାଇଥିଲା ତାହା ଏବେ ପୁଣି ଜବର ଦଖଲକାରୀଙ୍କ କବ୍ଚାରେ ରହିଛି । ସେ ସବୁ ସ୍ଥାନରେ ଏବେ ଜବର ଦଖଲକାରୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିଛି । ତେବେ ବନ୍ତ ବଜାର ଅଞ୍ଚଳକୁ ସମ୍ପୂର୍ଣ୍ଣ ଜବର ଦଖଲ ମୁକ୍ତ କରାଯିବାକୁ ଅଞ୍ଚଳବାସୀ ମାନେ ଦାବୀ କରିଛନ୍ତି ।


