ବାଲିପଦର ଓ ମାଣିତରା ହାଇ ସ୍କୁଲରେ ଯୋଗଦେଲେ ନୂତନ ପ୍ରଧାନ ଶିକ୍ଷକ

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦରର ପି ଏମ ଶ୍ରୀ ବାଲିପଦର ଉଚ୍ଚ ବିଦ୍ୟାଳୟ ଏବଂ ମାଣିତରାର ନୋଡାଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଯୋଗଦେଇଛନ୍ତି। ବାଲିପଦର ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ପ୍ରଶାନ୍ତ କୁମାର ଗୌଡ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଇ ନୀଳାଚଳ ପାତ୍ରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଗୌଡ ବୁଗୁଡ଼ା ପିପୁଲସ ହାଇ ସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ପାତ୍ରଙ୍କ ସମେତ ସ୍କୁଲର ସହକାରୀ ଶିକ୍ଷକ ବୃନ୍ଦ ନୂତନ ପ୍ରଧାନ ଶିକ୍ଷକ ଶ୍ରୀ ଗୌଡଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌନ ପ୍ରଦାନ କରି ସ୍ୱାଗତ କରିଥିଲେ। ସେହିପରି ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ବେଲାଳସେନ ମଲ୍ଲିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବଦତ୍ତ କହଁରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ମଲ୍ଲିକ ସୋରଡ଼ା ବ୍ଲକର ବୋରଦା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କାର୍ଯ୍ୟରତ ଥିଲେ। ଶ୍ରୀ କହଁରଙ୍କ ସମେତ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଓ ବିଦ୍ୟାଳୟର ସହକାରୀ ଶିକ୍ଷକ ବୃନ୍ଦ ନୂତନ ପ୍ରଧାନ ଶିକ୍ଷକ ଶ୍ରୀ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରିଥିଲେ। ପ୍ରକାଶ ଥାଉକି ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବଦତ୍ତ କହଁରଙ୍କ ମଧ୍ୟ ଭଞ୍ଜନଗର ପୌର ପରିଷଦ ଅନ୍ତର୍ଗତ ଲାଲସିଙ୍ଗି କାହ୍ନୁ ରାଉତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ହୋଇଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ