ଜାବିନୀପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

ହାଟଡିହି (ଓ୍ବାଇଏନଏସ):  ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଜାବିନୀପୁର ପ୍ରାଥମିକ ବିଦ୍ଯାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଛି । ସମଗ୍ର ଶିକ୍ଷା ତରଫରୁ ଚଳିତ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟର ଶୂନ୍ୟ ଜମା ଖାତାରେ ଜମା ହୋଇଥିବା ଅନୁଦାନ ଅର୍ଥରାଶିକୁ ବିନିଯୋଗ କରି ଲକ୍ଷ୍ମୀନାରାୟଣ ବସ୍ତ୍ରାଳୟ ବାଡରମ୍ପାସର ପ୍ରୋପାଇଟର ସତ୍ୟଭୂଷଣ ସାହୁଙ୍କ ସହୟତାରେ ଏହି ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକଙ୍କ ସଂଯୋଜନାରେ ମୁଖ୍ୟ ଅତିଥ୍‌ ଭାବେ ବିଦ୍ୟାଳୟ ପରିଚାଳନା ପରିଷଦର ଅଧକ୍ଷ ସରୋଜ କୁମାର ତରାଇ ଓ ମୁଖ୍ୟ ବକ୍ତାଭାବେ ନସିରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପ୍ରଧାନ , ସମ୍ମାନିତ ଅତିଥ୍‌ ଭାବେ ଶିକ୍ଷକ ବିଜୟ କୁମାର ସ୍ବାଇଁ ଓ ୱାର୍ଡମେମ୍ଵର ଶ୍ରୀମତୀ ଚାନ୍ଦ ମୁଣ୍ଡା ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଦେବା ସହ ଶିଶୁମାନଙ୍କର ସ୍ଵଚ୍ଛତା, ପୁଷ୍ଟିକର ଖାଦ୍ୟ , ନିୟମିତ ଉପସ୍ଥାନ ଓ ପରିବେଶ ସୁରକ୍ଷା ଦିଗରେ ସଚେତନ କରାଇଥିଲେ । ଉପସ୍ଥିତ ଅଭିଭାବକ ମାନଙ୍କୁ ପିଲାମାନଙ୍କ ଯତ୍ନ ସମ୍ପର୍କରେ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପ୍ରତିମା ଖଟୁଆ ଓ ଶିକ୍ଷକ ପ୍ରକାଶ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନା ପରିଷଦର ପ୍ରଶାନ୍ତ କୁମାର ନାଯକ, ପ୍ରତାପ ସେନାପତି, ଅନାମ ମୁଣ୍ଡା, ପାର୍ବତୀ ମୁଣ୍ଡା ଓ କୁଶ ମୁଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କାରିଥିଲେ । ଲକ୍ଷ୍ମୀନାରାୟଣ ବସ୍ତ୍ରାଳୟର ପ୍ରୋପାଇଟର ଉନ୍ନତ ମାନର ପୋଷାକ ଯୋଗାଇ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହିତ ସଭାରେ ଉପସ୍ଥିତ ସମସ୍ତ ଗ୍ରାମବାସୀ ଓ କର୍ମକର୍ତା ପ୍ରଶଂସା ମଧ୍ଯ କାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ