ବନବିଭାଗ ପକ୍ଷରୁ ସ୍ୱଚ୍ଛତାପକ୍ଷ ପାଳିତ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁର ପକ୍ଷରୁ ହଡ଼ଗଡ଼ ଅଭୟରଣ୍ୟ ସଂଲଗ୍ନ ଚକ୍ରତୀର୍ଥ ଓ ଗଡ଼ଚଣ୍ଡୀ ଠାରେ ସ୍ଥାନୀୟ ବନ ସୁରକ୍ଷା ସମିତି ଓ ପରିବେଶ ବିକାଶ କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ସ୍ୱଚ୍ଛତାପକ୍ଷ ପାଳିତ ହୋଇ ଯାଇଛି। ବିଶେଷ କରି ଦୁଇଟି ଯାକ ପର୍ଯ୍ୟଟନ କ୍ଷେତ୍ରରେ ଅଳିଆ ଆବର୍ଜନା ସଫା କରିବା ସହିତ ପରିବେଶ ସ୍ଵଛ ରଖିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏଥିରେ ରଙ୍ଗା ମାଟିଆ, ଗଡ଼ଚଣ୍ଡୀ, ସୁଜୁନାପାଳ ଓ କାଠକଟା ଇଡିସିର ରାଇମଣି ମୁଣ୍ଡା, ରଙ୍ଗାଧର ମୁଣ୍ଡା, ନଳିନୀ ପ୍ରଭା ଘଡେଇ, ରମେଶ ନାଇକ, ଝରଣା ପଲେଇ, ସୁମିତ୍ରା ନାଇକ, ଯଶୋଦା ମୁଣ୍ଡା, ଦେବକି ଦେହୁରୀ, ରେବତୀ ମହାନ୍ତ, ଜଲୀ ନାୟକଙ୍କ ସମେତ ଶତାଧିକ ସଭ୍ୟ ସଭ୍ୟା ଯୋଗଦେଇଥିଲେ। ଗଡ଼ଚଣ୍ଡୀ ଠାରେ ବନପାଳ ମଳୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା, ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବିଶ୍ୱାଳ, ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ସଲ କିସ୍କୁ ପ୍ରମୁଖ ଯୋଗଦେଇ ସ୍ୱଚ୍ଛ ଭାରତ ଓ ସବୁଜ ଭାରତ ଉପରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରାଇ ଥିଲେ। ନିଜ ଘରବାଡିକୁ ସ୍ୱଚ୍ଛ ରଖିବା ସହିତ ନିଜ ଗାଁ ଓ ନିଜ ଅଞ୍ଚଳକୁ ସ୍ଵଛ ରଖିଲେ ଯାଇ ନିଜେ ସୁସ୍ଥ ରହି ପାରିବା ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ କାଠକଟା ବନପାଳ ଲକ୍ଷ୍ମୀଧର କିସ୍କୁ, ବନରକ୍ଷୀ ଜ୍ୟୋତି ରଞ୍ଜନ ମାଝୀ, ବନ୍ଦିତା ଦାସ, ଗୀତିସ୍ମିତା ମହାପାତ୍ର, ରବୀନ୍ଦ୍ର ନାଇକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କାରିଥିଲେ।


