କୃଷକ ଏବଂ ଶିଳ୍ପୀ ମାନଙ୍କ ପାଇଁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

ହାଟଡିହି (ଓ୍ବାଇଏନଏସ): ଜଣସାଧାରଣଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ବର ତରଫରୁ କେନ୍ଦୁଝର ଜିଲ୍ଲାର ହାଟଡ଼ିହି ଠାରେ କୃଷକ ଏବଂ ଶିଳ୍ପୀ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଆର୍ଥିକ ସଚେତନତା କାର୍ଯ୍ୟକ୍ରମ  ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ବରର ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ; ବ୍ୟାଙ୍କ ଅଫ ଇଣ୍ଡିଆ ଅଞ୍ଚଳ ପ୍ରମୁଖ  ଅମିତ କୁମାର ପାଲ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଞ୍ଚଳ ପ୍ରମୁଖ  ସଞ୍ଜିତ କୁମାର ମିଶ୍ର, ଓଡିଶା ଗ୍ରାମୀଣ ବ୍ୟାଙ୍କ ଅଞ୍ଚଳ ପ୍ରମୁଖ ସତ୍ୟବ୍ରତ ନନ୍ଦ, କୃଷକ ସୂଚନା ଓ ପରାମର୍ଶ କେନ୍ଦ୍ରର ସହକାରୀ କୃଷି ଅଧିକାରୀ ଶ୍ରୀମତୀ ଅନନ୍ୟା ସିନ୍ଧୁପ୍ରିୟା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଶ୍ରୀମତୀ ପଟ୍ଟନାୟକ ନିଜ ଅଭିଭାଷଣରେ ଉପସ୍ଥିତ କୃଷକ ଏବଂ ଶିଳ୍ପୀ ବୃନ୍ଦଙ୍କୁ ନୋମିନେସନ, ଦାବିହୀନ ଜମା, ପୁନଃ-କେ ୱାଇ ସି , ସାଇବର ଠକେଇ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ ଏବଂ ସଚେତନତା ଅବଲମ୍ବନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହା ସହିତ ସେ ବ୍ୟାଙ୍କ ଅଧିକାରୀ ମାନଙ୍କୁ ମଧ୍ୟ ଗ୍ରାହକଙ୍କୁ ସଠିକ ଭାବେ ସହଯୋଗ ପ୍ରଦାନକରି କାର୍ଯ୍ୟକୁ ସରଳୀକରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ବ୍ୟାଙ୍କ ଅଫ ଇଣ୍ଡିଆ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଓଡିଶା ଗ୍ରାମୀଣ ବ୍ୟାଙ୍କ ର ଅଞ୍ଚଳ ପ୍ରମୁଖ ମାନେ ଉପସ୍ଥିତ ଜନସାଧାରଣଙ୍କୁ ବିଭନ୍ନ ପ୍ରକାରର ବ୍ୟାଙ୍କ ସୁବିଧା ବିଷୟରେ ଅବଗତ କରାଇଥିଲେ। କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ (ଏଲ.ଡି.ଏମ.)  ହିରାଲାଲ ମହାମଲିକ, ଅଗ୍ରଣୀ ଜିଲ୍ଲା ଅଧିକାରୀ ନିଳାଞ୍ଚଳ ସୁବୁଦ୍ଧି ଏବଂ ଜିଲ୍ଲା ବିକାଶ ପ୍ରବନ୍ଧକ (ନାବାର୍ଡ) ଡାଃ କୁରେଶ କୁମାର ନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉପସ୍ଥିତ ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ଗୁଡିକ ଉପରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ହାଟଡ଼ିହି ବ୍ଲକ ଏବଂ ଏହାର ଆଖପାଖ ଅଞ୍ଚଳର ୧୦୦ ଜଣ କୃଷକ, ଏବଂ ଶିଳ୍ପୀ ଯୋଗ ଦେଇଥିଲେ। ଅଂଶଗ୍ରହଣକାରୀ ମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ବିଭିନ୍ନ ଆର୍ଥିକ ସଚେତନତା ବାର୍ତା ପତ୍ରିକା ମଧ୍ୟ ବଣ୍ଟନ କରଯାଇଥିଲା । ଏହା ସହ ପଞ୍ଚାୟତର ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ ମାନେ ମଧ୍ଯ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଦର ଏନଜିଓ ର ଆନନ୍ଦପୁର ସି.ଏଫ.ଏଲ ସେନ୍ସର ମଧ୍ୟ ସହଯୋଗ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ