ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କଲେ ବିଧାୟକ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଶ୍ରୀରାମପୁର ପଂଚାୟତରେ ଗୋଟିଏ ମୁଖ୍ୟ ରାସ୍ତା ପ୍ରକଳ୍ପ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସାଢେ ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ଅଟକଳରେ ଏହି ରାସ୍ତା ନିର୍ମିତ ହେବ । ଏହି ପରିପ୍ରେକ୍ଷୀରେ ଶ୍ରୀରାମପୁର ପଂଚାୟତର ପୁରାଣ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ବଳବୁଦ୍ଧି ଆର.ଡ଼ି ରାସ୍ତା (ପୁରାଣ ଶିବ ମନ୍ଦିର) ଠାରୁ ଚକୁରି ଭାୟା କ୍ଷୀରଙ୍ଗ କାଟୁଲଡିହା ନିମା ରାସ୍ତା ପର୍ଯ୍ୟନ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ପାଇଁ ଶିଳାନ୍ୟାସ କରିଥିଲେ । ବିଗତ ସରକାରଙ୍କ ଅମଳରେ ଗ୍ରାମାଂଚଳରେ ଭୁସୁଡି ପଡିଥିବା ଗମନାଗମନ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ବିଗତ ୨ବର୍ଷ ମଧ୍ୟରେ ରାଜ୍ୟର ଲୋକପ୍ରିୟ ବିଜେପି ସରକାରଙ୍କ ପକ୍ଷରୁ ଜାରି ରହିଥିବା ଉଦ୍ୟମ ସମ୍ପର୍କରେ ଶ୍ରୀ ଦତ୍ତ ସୂଚନା ଦେଇଥିଲେ । ଗ୍ରାମାଂଚଳକୁ ସହର ସହିତ ଯୋଡ଼ିବା ଲକ୍ଷ୍ୟରେ ଯାତାୟତ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଏହି କ୍ରମରେ ସଠିକ ମାନଦଣ୍ଡ ଓ ଗୁଣବତା ଯୁକ୍ତ ରାସ୍ତା ନିର୍ମାଣ ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରକଳ୍ପଗୁଡିକର ସଫଳ ରୂପାୟନ ପାଇଁ ଗ୍ରାମବାସୀଙ୍କ ସହଯୋଗ କାମନା ସହ ଯୋଜନାବଦ୍ଧ ତଥା ଧାର୍ଯ୍ୟ ସମୟମୀମା ମଧ୍ୟରେ ସମସ୍ତ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ଲୋକଙ୍କ ଆଶା ମୁତାବକ ଶେଷ ହେବ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଗଙ୍ଗାଧର ରାଉତ, ହରେନ୍ଦ୍ର ପ୍ରଧାନ, ଶଶିକାନ୍ତ ମିଶ୍ର, କାର୍ତ୍ତିକ ପ୍ରଧାନ, ଅତୁଲ ରାଉତ, ସବ୍ୟସାଚୀ ପାଣି, ଉମାକାନ୍ତ ପ୍ରଧାନ, ବିକ୍ରମ ପାକଳ, ଉମାକାନ୍ତ ଦାସ, ତପନ ବେହେରା, ଅଶୋକ ବାରିକ, ପୂର୍ଣ୍ଣଚନ୍ଦ୍ର ବାରିକ, ମାନସ ପାତ୍ର, ଗୟାଧର ନାୟକ, ରଞ୍ଜିତ ସେଠି ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମଗୁଡିକରେ ଶ୍ରୀରାମପୁର ପଂଚାୟତର ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ