ଗଜପତିରେ କାଳବୈଶାଖୀର ତାଣ୍ଡବ, ଉଡିଲା ୧୫ ଘରର ଛପର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୋହନା ବୃକ୍ ପି. ଗୋବିନ୍ଦପୁର ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଏହି ଗ୍ରାମର ୧୫ ଜଣଙ୍କ ଘର ଟିଣ ଓ ଚାଳ ଛପର ଉଡିଯାଇଛି. ଫଳରେ ଖୋଲା ଆକାଶ ତଳେ ରହିଛନ୍ତି ଏହି 15 ପରିବାରର ଲୋକେ। ଗତକାଲି ଅପରାହ୍ନ ୫ ଘଣ୍ଟା ସମୟରେ ଅଚାନକ କାଳ ବୈଶାଖୀଜନିତ ପ୍ରବଳ ବର୍ଷା ସହ ପବନ ହୋଇଥିଲା। ଫଳରେ ଗୋବିନ୍ଦପୁର ଗାଁର ୧୫ ଜଣଙ୍କ ଘର ଛପର ଉଡ଼ିଯାଇଥିବା ଅଭିଯୋଗ ହୋଇଛି। ଛପର ଉଡି ଯାଇଥିବା ଅସହାୟ ପରିବାର ଅତ୍ଯନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ ପାଇଁ ସେମାନେ ନିବେଦନ କରିଛନ୍ତି। ଘଟଣା ନେଇ ମୋହନା ତହସିଲଦାର  ଚକ୍ରଧର ପାଢ଼ୀ ଅନୁଧ୍ୟାନ କରାଯାଇ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ଲୋକଙ୍କୁ ନିଶ୍ଚିତ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି. କାଳବୈଶାଖୀର ଏହି ତାଣ୍ଡବ ଯୋଗୁଁ ଏହି ଗ୍ରାମରେ କେତେକ ପୁରାତନ ବଡ଼ ବଡ଼ ଗଛ ଭାଙ୍ଗି ପଡିଛି. ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ