ପୌରପରିଷଦ କଂଗ୍ରେସ କମିଟି ପକ୍ଷରୁ ଇଓଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଅପରବସଷ୍ଟାଣ୍ଡ ନିକଟ ଷ୍ଟେସନରୋଡ଼ ଯିବା ରାସ୍ତା ଛକ ଠାରେ ଥିବା ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କପ୍ରତିମୂର୍ତ୍ତିର ମରାମତି ସହିତ କଲର ଦେବା ଏବଂ ଛତ୍ରପୁର ରେ ଥିବା ଓପେନ ଜିମ ଗୁଡିକ ର ମରାମତି କରିବା ଦାବୀ ନେଇ ଛତ୍ରପୁର ପୌରପରିଷଦ କଂଗ୍ରେସ କମିଟି ପକ୍ଷରୁ ସଭାପତି କାଳିଆ ରାଉଳ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଙ୍କୁ ଭେଟି ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଏହା ସହିତ ପୌରପରିଷଦର ଜନ ସାଧାରଣ ଙ୍କ ହିତ ନିମନ୍ତେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଏହି ଦାବୀ ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ଲିଙ୍ଗରାଜ ନାୟକ,ଦିଲ୍ଲୀପ କୁମାର ପଟ୍ଟନାୟକ,ରମେଶ ନାୟକ, ଭାଗିରଥି ଦାଶ, ରବି ଦାସ, ହରି ନାୟକ ଓ ଜି. ମାଧବ ରେଡ୍ଡୀ ଙ୍କ ସମେତ ବହୁ ଯୁବକ ମାନେ ଉପସ୍ଥିତ ଥିଲେ l


