ରଜ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

ବନ୍ତ, (ଚାନ୍ଦିନୀ ମହାନ୍ତି) : ଭାଇଚାରା ମଧ୍ୟରେ ବାନ୍ଧି ରଖିବାକୁ ରଜ ମହୋତ୍ସବ ଏକ ସୁନ୍ଦର ପ୍ରୟାସ ବୋଲି ଭଦ୍ରକ ଜିଲା ବନ୍ତ ବ୍ଲକ କପାଳୀ କ୍ଷେତ୍ର ନିମାପଡା ଠାରେ ଶ୍ରୀ ଜଗନ୍ନାଥ ରଜ ମହୋତ୍ସବ କମିଟି ଆନୁକୂଲ୍ୟରେ ଶନିବାର ଠାରୁ ଚାଲିଥିବା ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବର ବୁଧବାର ଉଦଯାପନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ ବ୍ୟାପାର ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ କହିଥିଲେ l ମୁଖ୍ୟ ବକ୍ତା ଭାବେ ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଯୋଗ ଦେଇ ମହୋତ୍ସବର ମହାନତା ଓଡିଶାର ପ୍ରତିଟି କୋଣରେ ପହଞ୍ଚାଇବା ପାଇଁ ଜନସାଧାରଣ ପ୍ରୟାସ କରିବା ଉଚିତ ବୋଲି କହିଥିଲେ l କମିଟିର ସଭାପତି ଡ଼. ଶୁଭେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ବ, ସଂଯୋଜକ ଅଜୟ କୁମାର ପୃଷ୍ଟିଙ୍କ ସଂଯୋଜନା ଏବଂ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମ୍ପାଦନାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଜିଲା ବିଜେପିର  ପୂର୍ବତନ ସଭାପତି ବଦ୍ରି ନାରାୟଣ ଧଳ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଧାନସଭା ବିଜେପି ନେତା ଡ଼. ସୁଧାଂଶୁ ଶେଖର ନାୟକ, କେନ୍ଦୁଆପଦା ବିଜେପି ମଣ୍ଡଳ ସଭାପତି ପ୍ରମୋଦ କୁମାର ଜେନା, ଶିକ୍ଷାବିତ ଗଣେଶ ପ୍ରସାଦ କରଶର୍ମା, ଭାଗିରଥି ସେଠୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଡ଼. ଦିବ୍ୟ ରଞ୍ଜନ ବିଶ୍ୱାଳ, ଯୁବ ଇଂଜିନୟର ପ୍ରତାପ କୁମାର ଦାସ, ସମାଜସେବୀ ଶରତ କୁମାର ସେଠୀ, କୃପାସିନ୍ଧୁ ସେଠୀ, ସକ୍ରିୟ ସଭ୍ୟ ସୁଧାଂଶୁ ଶେଖର ବେହେରା, ଯାତ୍ରା ଅଭିନେତ୍ରୀ ରାଧା ପଣ୍ଡା ପ୍ରମୁଖଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ରଜ କୁଇନ-୨୦୨୬ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ରଜ କୁଇନ ଭାବେ ଅଙ୍କିତା ଦାସ, ପ୍ରଥମ ଉପବିଜେତା ପ୍ରିୟାଂଶି ସାହୁ, ୨ୟ ଉପବିଜେତା ଲକ୍ଷ୍ମୀପ୍ରିୟା ଜେନା ଏବଂ ବରିଷ୍ଠ ବର୍ଗରେ ରଜ କୁଇନ ଭାବେ ସାଇ ଶୁଭ୍ରାଞ୍ଜଳି ବେହେରା, ପ୍ରଥମ ଉପବିଜେତା ସୁଭଦ୍ରା ପୃଷ୍ଟି, ୨ୟ ଉପବିଜେତା ସ୍ମୃତି ପ୍ରିୟଙ୍କା ବାରିକଙ୍କୁ ପୁରସ୍କୃତ କରାଯାଇଥିଲା l ହୃଷିକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଉପଦେଷ୍ଟା ସୂର୍ଯ୍ୟମଣି ରାଉଳ, ଶ୍ୟାମ ସୁନ୍ଦର ଜେନା, ନକୁଳ ଚରଣ ବାରିକ, ବିଜୟ ବିଶ୍ୱାଳ, ବୀରେନ୍ଦ୍ର ବିଶ୍ୱାଳ, ଅର୍ଜ୍ଜୁନ ଚରଣ ବାରିକ, ସତ୍ୟ ସୁନ୍ଦର ପରିଡା, ସୌଭାଗ୍ୟ ରଞ୍ଜନ ନାୟକ, ଆଶିଷ କୁମାର ସାହୁ, ସତ୍ୟ ବାରିକ, ସୁରେଶ ବିଶ୍ୱାଳ, ଶରତ ରାଉଳ, ମନୋଜ ବାରିକ, ଚନ୍ଦ୍ରକାନ୍ତ ବିଶ୍ୱାଳ, ବନମାଳୀ ବାରିକ, ଜଗନ୍ନାଥ ବିଶ୍ୱାଳ, ବିଧୁଭୁଷଣ ବିଶ୍ୱାଳ, ରଶ୍ମି ରଞ୍ଜନ ବାରିକ, ସୁନୀଲ ରାଉଳ, ଅଜୟ ବିଶ୍ୱାଳ, ପ୍ରଦୀପ ବିଶ୍ୱାଳଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ