ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ ନୌସେନା କର୍ମଚାରୀ

ନୂଆଦିଲ୍ଲୀ-  ଏଣି କି ନୌସେନା କର୍ମଚାରୀମାନେ ସ୍ମାର୍ଟଫୋନ୍ ଓ ସୋସିଆଲ୍ ମିଡ଼ିଆ ଆଦିର ବ୍ୟବହାର କରିପାରିବେ ନାହିଁ ବୋଲି ଭାରତୀୟ ନୌସେନା ନିଷେଧାଦେଶ ଜାରି କରିଛି।ସୂଚନାଥାଉକି ୭ ଜଣ ନୌସେନା କର୍ମଚାରୀ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଲିକ୍ କରିଥିବା ଅଭିଯୋଗ ହୋଇଥିଲା। ପରେ ସେମାନଙ୍କୁ ଗିରଫ କରାଯାଇଥିଲା । ଗିରଫ କରାଯାଇଥିଲା। ଏସବୁ ସଦସ୍ୟ ମୁମ୍ବାଇ, କାରଭାର୍ ଏବଂ ବିଶାଖାପଟ୍ଟନମ୍ ନାଭାଲ୍ ବେସ୍ ରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରେ ବିଶାଖାପଟ୍ଟନମ୍ ର ୩ ଜଣ ସେଲର୍ ଥିବାବେଳେ ମୁମ୍ବାଇ ଏବଂ କାରଭାର୍ ନାଭାଲ୍ ବେସ୍ ର  ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଭାରତୀୟ ନୌସେନା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ