ବନ୍ଧକସୁନା ଫେରସ୍ତକୁ ନେଇ ଆକ୍ରମଣ ଘଟଣା: ଗୁରୁତର ବିଶ୍ୱନାଥ ମୃତ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବଡ଼ ରମ୍ପାସ ପଞ୍ଚାୟତ ନୂଆରମ୍ପାସ ଗ୍ରାମରେ ବନ୍ଧକସୁନା ଫେରସ୍ତକୁ ନେଇ ହୋଇଥିବା ଆକ୍ରମଣ ଘଟଣାରେ ଗୁରୁତର ଥିବା ବିଶ୍ୱନାଥ ଓଝାଙ୍କ ଆଜି ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ନେଇ ନୂଆରମ୍ପାସ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମରେ ବ୍ୟାପକ ପୋଲିସ ମୃତୟନ ହୋଇଛନ୍ତି। ପୋଲିସ ଗତକାଲି ଗିରଫ କରିଥିବା ଆକ୍ରମଣକାରୀ ପ୍ରଦୀପକୁ ଘଟଣାସ୍ଥଳକୁ ଆଣି ସିନ ରିକ୍ରିଏସନ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାବୁଲି ପହି ଓ ତାର ବଡ଼ପୁଅ ଚଗୁଲୁ ଫେରାର ଥିବାରୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅଭିଯୋଗ ଅନୁଯାଇ ନୂଆରମ୍ପାସ ଗ୍ରାମର ବିଶ୍ୱନାଥ ଓଝା ଗତ ୩ବର୍ଷ ତଳେ ସେହି ଗ୍ରାମର ବାବୁଲି ପହିଙ୍କ ପତ୍ନୀ ରମାମଣିଙ୍କ ନିକଟରେ ୩ ଭରି ଓଜନର ସୁନା ଅଳଙ୍କାର ବନ୍ଧା ଦେଇ ୧୫ ହଜାର ଟଙ୍କା କରଜ ସୂତ୍ରରେ ଆଣିଥିଲେ। ପରବର୍ତ୍ତୀ ସମୟରେ ଆଣିଥିବା ଟଙ୍କାର ସୁଧ ମୂଳ ସହ ଫେରସ୍ତ କରି ସୁନା ଫେରାଇବାକୁ କହିବାରୁ ବାବୁଲି ସାହୁ ଆଉ ବନ୍ଧକ ସୁନା ଫେରସ୍ତ କରି ନଥିଲା। ଯାହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପଞ୍ଚାୟତରେ ବୈଠକ ବସିବା ପରେ ସୁନା ଫେରସ୍ତ ନକରିବାରୁ ବିଶ୍ୱନାଥ ଥାନାରେ ଅଭିଯୋଗ କରିଥିଲା। ଏହାକୁ ନେଇ ବାବୁଲିଙ୍କ ପରିବାର ଲୋକେ ଉତ୍ୟେକ୍ତ ହୋଇଥିଲେ। ବିଶ୍ୱନାଥ ସାଇକେଲ ଧରି ଘରକୁ ଫେରୁଥିବା ସମୟରେ ବାବୁଲି ପହି, ତା ସ୍ତ୍ରୀ ରମାମଣି ପୁଅ ଚଗୁଲୁ ଓ ବଗୁଲୁ ଓ ତାଙ୍କ ଗାଡି ଡ୍ରାଇଭର ସମସ୍ତେ ମିଶି ବିଶ୍ୱନାଥକୁ ଆକ୍ରମଣ କରିବାରୁ ବିଶ୍ୱନାଥ ଗୁରୁତର ହୋଇ ପଡିଥିଲେ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି। ପୋଲିସ ବାବୁଲି ପହିର ସ୍ତ୍ରୀ ରମାମଣି ଓ ପୁଅ ପ୍ରଦୀପ (ବଗୁଲୁ) କୁ ଧରିବାରେ ସଫଳ ସଫଳ ହୋଇଛି। ଆଜି ସାଇଣ୍ଟିଫିକ ଟିମ ସହଯୋଗରେ ପୋଲିସ ତଦନ୍ତ ଚଳାଇ ଥିବା ବେଳେ ଗିରଫ ପ୍ରଦୀପକୁ ଘଟଣା ସ୍ଥଳକୁ ଆଣି ସିନ ରିକ୍ରିଏସନ କରିଛି। ଏନେଇ ମୃତ ବିଶ୍ୱନାଥଙ୍କ ପତ୍ନୀ କାଞ୍ଚନ ଓଝାଙ୍କ ଅଭିଯୋଗ ଆଧାରରେ ଥାନା କେସ ନଂ ୨୭୧/୨୦୨୬ରେ ଏକ ମାମଲା ରୁଜୁ କାରି ତଦନ୍ତ ଚଳାଇଛି। ଅତିରିକ୍ତ ଏସ.ପି, ପ୍ରତ୍ୟୁଷ ମହାପାତ୍ର, ଏସ୍ଡ଼ିପିଓ ପ୍ରଶାନ୍ତ ବେହେରା, ଚମ୍ପୁଆ ଏସ୍ଡ଼ିପିଓ ରଶ୍ମି ରଞ୍ଜନ ସାହୁ, ନନ୍ଦିପଦା ଥାନା ଆଇ ଆଇସି ଧର୍ମେନ୍ଦ୍ର ଶାନ୍ତି ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।


