ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ହେବ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ପୋଲସରା (ଅନୀଲ କୁମାର ମହାରଣା): ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ସରକାର ବିଚାର କରୁଛନ୍ତି ଓ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାମ୍ବାଦିକମାନଙ୍କ ବୈଠକରେ ପ୍ରକାଶ କରିଛନ୍ତି। ୨୪/୬/୨୬ ତାରିଖ ଦିନ ପୋଲସରା ସହରର ପାଟିଗଡ ରାସ୍ତାରେ ଥିବା ମଧୁବୈଶ୍ୟ ସମାଜ କଲ୍ୟାଣ ମଣ୍ଡପରେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଓ ପୋଲସରା ପ୍ରେସ କ୍ଳବର ୧୯ ତମ ବାର୍ଷିକ ଉତ୍ସବ ମିଳିତ ଭାବେ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଯୋଗଦେଇ କହିଥିଲେ ଯେ, ସାମ୍ବାଦିକମାନେ କେବଳ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ନୁହନ୍ତି ସେମାନେ ମଧ୍ୟ ସମାଜର ଦର୍ପଣ ସଦୃଶ୍ୟ ଅଟନ୍ତି। ଏଣୁ ସେମାନେ ଗଣତନ୍ତ୍ରର ସୁରକ୍ଷା ସହିତ ସମାଜର ସମସ୍ୟାକୁ ଦର୍ପଣ ଭଳି ଦେଖାଇଥାନ୍ତି। ସାମ୍ବାଦିକଙ୍କ ପ୍ରତି ସରକାରଙ୍କର ସହାନୁଭୂତି ରହିଛି ବୋଲି କହିଥିଲେ । ଉତ୍ସବରେ ବରେଣ୍ୟ ଅତିଥି ଭାବେ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ସାମ୍ବାଦିକ ମାନଙ୍କ ଯୋଗୁ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିଛି । ଏଣୁ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଅନ୍ୟତମ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ୧୯ ଟି ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରିଥିବା ବେଳେ ୨ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ସାରିଲେଣି। ଏଣୁ ରାଜ୍ୟ ସରକାର ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରକାଶ କହିଥିଲେ। ଓୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ସଦାଶିବ ପଣ୍ଡା ଓ ପୋଲସରା ପ୍ରେସ କ୍ଳବର ସଭାନେତ୍ରୀ କେ ସୁମିତା ପାତ୍ରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ବିଶ୍ବ ରଞ୍ଜନ , ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ , ଅଶୋକ କୁମାର ମହାଙ୍କୁଡ , ରାଜୀବ ଲୋଚନ ମିଶ୍ର , ରବିନ୍ଦ୍ରନାଥ ମିଶ୍ର , ରବିନ୍ଦ୍ର କୁମାର ପଣ୍ଡା , ରାଜ ଗୋପାଳ ପାଢ଼ୀ , ମେଘନାଦ ଦାସ ଏବଂ ଶକ୍ତି ଧର ରାଜଗୁରୁ  ପ୍ରମୁଖ ନିଜ ନିଜର ମନ୍ତବ୍ୟ ରଖିଥିଲେ । ବୈଠକ ପ୍ରାରମ୍ଭରେ ଯୁବ ସଂଗଠକ ସିମାଞ୍ଚଳ ସାହୁ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ କୁମାର ମିଶ୍ର ଓ ସନ୍ତୋଷ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ । ସର୍ବ ନାରାୟଣ ସାହୁ , ଅକ୍ଷାନ୍ତ ମିଶ୍ର , କେ ସନ୍ତୋଷ କୁମାର ପାତ୍ର , ସୁଶାନ୍ତ ମହାରଣା , ଟି ଶରତ କୁମାର ସୁବୁଦ୍ଧି , ନୃସିଂହ ସ୍ବାଇଁ , କାର୍ତ୍ତିକ ପାତ୍ର , ରବିନ୍ଦ୍ର ପ୍ରଧାନ , ପ୍ରଗତି ବନ୍ଧୁ ଦାସ , ରୋହିତ କୁମାର ପ୍ରଧାନ , ପିଣ୍ଟୁ ବିଷୋୟୀ ଓ ହୃଷୀକେଶ ନାୟକ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ବନ୍ଦେ ମାତରଂ ଗାନ କରିଥିବା ବେଳେ ହରିହର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ