ଚାଷ ଜମିରେ ବଜ୍ରାଘାତ : ମହିଳା ମୃତ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ସାନଖେମୁଣ୍ଡି ବ୍ଲକ ମାଗୁର. ଆମ୍ବଠା ଗ୍ରାମ ନିକଟ ଚାଷ ଜମିରେ କାମ କରୁଥିବା ବେଳେ ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ବଜ୍ରପାତ ଯୋଗୁଁ ଏରେନଡ୍ରା (Erendraa) ପଞ୍ଚାୟତ ଡ଼ି.ଆମ୍ବଠା ଗ୍ରାମ ର ଧିରୁ ନାହାକ ଙ୍କ ସ୍ତ୍ରୀ ନମିତା ନାହାକ(୪୦) ମୃତ୍ୟୁ ବରଣ କରିଛନ୍ତି।ଆଖପାଖ ଜମିରେ କାମକରୁଥିବା କୃଷି ଶ୍ରମିକ ମାନେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସାହାସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ରେ ସୁଧାର ନଆସିବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ସେଠାରେ ଉପସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ବାହନ ଦାସ ତାଙ୍କୁ ମୃତ ଘୋଷଣା କରିଥିଲେ।ଖବରପାଇ ପାଟପୁର ଥାନା ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଛନ୍ତି।


