ମା କୁତାମଚଣ୍ଡୀ ପୀଠରେ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ

ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଦଣ୍ଡା ଗ୍ରାମରେ ମା’ କୁତାମଚଣ୍ଡୀ ମନ୍ଦିରର ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି | ଉକ୍ତ ଉତ୍ସବରେ କର୍ତ୍ତା ଭାବରେ ଶରତ ପ୍ରଧାନ ନିଷ୍ଠାର ସହକାରେ ଦାୟିତ୍ୱ ତୁଲାଉ ଥିବା ବେଳେ ଗ୍ରାମର ୧୦୮ ମହିଳା ଏକ ରଙ୍ଗର ଶାଢ଼ୀ ପରିଧାନ କରି କଳସ ଶୋଭାଯାତ୍ରାରେ କଳସ ଧରି ଦେବୀନଦୀର ଶିଖରଘାଟରୁ ପାଣି ଆଣି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲେ ଏବଂ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା  | ଏହି ବିଶ୍ଵଶାନ୍ତି ମହାଯଜ୍ଞ ତିନି ଦିନ ବ୍ୟାପି ମହାଆଡମ୍ବରରେ ପାଳନ ହେଉଛି | ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟପୂଜା କରାଯାଇ ପ୍ରତ୍ୟେକ ଦେବା ଦେବୀଙ୍କ ନାମରେ ଘୃତ ଆହୁତି କରାଯିବା ସହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେଉଛି । ଏହି ମହାଯଜ୍ଞ ଦେଖିବା ଓ ବିଭୁକୃପା ଲାଭ କରିବା ପାଇଁ ସନ୍ଧ୍ଯା ସମୟରେ ଆଖାପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଛନ୍ତି । ଗ୍ରାମବାସୀମାନଙ୍କ ସହଯୋଗରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ତିନି ଦିନ ବ୍ୟାପି ମହାଯଜ୍ଞର ଆୟୋଜନ ହେଉଅଛି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ