ପୋଷ୍ଟ ମାଷ୍ଟର ଗୀତାଞ୍ଜଳୀଙ୍କ ସ୍ମୃତିସଭା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବିଷ୍ନୁପ୍ରିୟା ବାଳାଶ୍ରମ ଠାରେ ପୂର୍ବତନ ପୋଷ୍ଟ ମାଷ୍ଟର ଗୀତାଞ୍ଜଳୀ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଦେବାଶିଷ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ପତି, ବିଶ୍ୱଜିତ ଦାଶ, ଅଜିତ ମହାପାତ୍ର, ଆଶିଷ ପତି, ପୁଅ ଦୀପ୍ତି ରଞ୍ଜନ ପତି, ଶରତ ଚନ୍ଦ୍ର ଖଟୁଆ, ନନ୍ଦ କିଶୋର ପତି, ଶର୍ମିଷ୍ଠା ନାୟକ, ସନ୍ଧ୍ୟାରାଣୀ ଦାସଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଗୀତାଞ୍ଜଳୀ ଦାଶଙ୍କ ସ୍ମୃତି ଚରଣ କରିଥିଲେ। ଏହି ଅବସରରେ ବାଳାଶ୍ରମ ଓ ଜରା ନିବାସର ଅନ୍ତେବାସୀ ମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇ ଥିଲା। ସ୍ବର୍ଗତ ଗୀତାରାଣୀ ଦାଶ ସଢା ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟକରୁଥିବା ବେଳେ ଗତ ବର୍ଷ ତାଙ୍କର ଅକାଳ ବିୟୋଗ ଘଟିଥିଲା।


