ବ୍ଳକସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ
ନାଉଗାଁ, (ଓ୍ବାଇଏନଏସ) :ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତି ଉପଲକ୍ଷେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ବ୍ଳକସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ ନାଉଗାଁ ବ୍ଲକର ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି କର୍ମଶାଳା ଓ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ବ୍ଳକସ୍ତରୀୟ କାର୍ଯ୍ୟକ୍ରମକୁ ବିଡିଓ ନିରଞ୍ଜନ ପରିଡା ଉଦ୍ଘାଟନ କରିଥିଲେ। ମଣ୍ଡଳ କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଡିଓ ପରିଡା,ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଦ୍ୱାରିକାନାଥ ମାଝି,ମଣ୍ଡଳ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନିରୋଦ କୁମାର ସାହୁ, ଉଦ୍ୟାନ କୃଷି କର୍ମଚାରୀ ଦେବାଶୀଷ ମହାନ୍ତି, ସହକାରୀ ମତ୍ସ୍ୟ କର୍ମଚାରୀ ସୌମ୍ୟ ରଂଜନ ବାରିକ ଆଦି ଉପସ୍ଥିତ ରହି ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ କୃଷକ ରେଜେଷ୍ଟ୍ରି, ଜମିଜମା ରେକର୍ଡର ସଂଶୋଧନ,ରାସାୟନିକ ସାରର ସନ୍ତୁଳିତ ବ୍ୟବହାର ବିଷୟ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୃଷି କାର୍ଯ୍ୟାଳୟର ଓଭରସିଅର ରକେଟ ରଞ୍ଜନ ମାଝି,ମାମିନା ଦାସ,ସୁଲୋଚନା ରାଉଳ, ଗ୍ରାମ୍ୟ କୃଷି କର୍ମଚାରୀ ବିଶ୍ୱଜିତ ପରିଡା, ସାଗରିକା ସେଠୀ,ମଣ୍ଡଳ ବୈଷୟିକ ପରିଚାଳକ ଦୀପକ ରଶ୍ମି ଦାସ, ସହକାରୀ ବୈଷୟିକ ପରିଚାଳକ ଅଭିଜିତ ସେଠୀ, ପ୍ରିୟଦର୍ଶୀ ଦେବାଶୀଷ ଦାସ,ରାଜକିଶୋର ବାରିକ ଆଦି ପରିଚାଳନା କରିଥିଲେ।


