ଦେଶବାସୀଙ୍କ ସମର୍ଥନ ଲୋଡିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ- ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶ ଜଳୁଥିବାବେଳେ ଚାରିଆଡେ ବିକ୍ଷୋଭ ପ୍ରଦର୍ଶନ ଜାରିରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍ କରି ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି #IndiaSupportsCAA । ମୋଦୀ ଲୋକମାନଙ୍କ ନିକଟରେ ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ଅପିଲ କରିଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ, ଭାରତ ନାଗରିକତା କାନୁନର ସମର୍ଥନ କରୁଛି କାରଣ ନାଗରିକତା କାନୁନ ନିଷ୍ପେସିତ ଶରଣାର୍ଥୀଙ୍କୁ ନାଗରିକତ୍ଵ ଦେବ। ଏହା କାହାର ନାଗରିକତ୍ଵ ଛଡାଇବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ,ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିବା ପାଇଁ ଏହି ହାଚଟ୍ୟାଗ୍ ପ୍ରୟୋଗ କରନ୍ତୁ। .


