କନ୍ଧମାଳରେ ସ୍ୱତନ୍ତ୍ର ସଘନ ସଂଶୋଧନ: ୧୦୦% ଡିଜିଟାଇଜେସନ ସମ୍ପୂର୍ଣ୍ଣ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision) ପ୍ରକ୍ରିୟାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଜିଲ୍ଲାର ସମସ୍ତ ବିଧାନସଭା ମଣ୍ଡଳୀରେ ଏନୁମେରେସନ ଫର୍ମ (EFs)ର ୧୦୦ ପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ସୁଦ୍ଧା ୮୨-ବାଲିଗୁଡ଼ା ବିଧାନସଭା ମଣ୍ଡଳୀରେ ମଧ୍ୟ ଡିଜିଟାଇଜେସନ କାର୍ଯ୍ୟ ଶତପ୍ରତିଶତ ଶେଷ ହୋଇଥିଲା। ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶଙ୍କ ନେତୃତ୍ୱରେ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ବିଏଲଓ ସୁପରଭାଇଜର ଓ ବିଏଲଓମାନଙ୍କ ନିଷ୍ଠାପର ପ୍ରୟାସରେ ଏହି ସଫଳତା ମିଳିଛି। ସେହିପରି ୮୪-ଫୁଲବାଣୀ ବିଧାନସଭା ମଣ୍ଡଳୀରେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ସମସ୍ତ ଏନୁମେରେସନ ଫର୍ମର ଡିଜିଟାଇଜେସନ ସମ୍ପୂର୍ଣ୍ଣ ହୋଇଛି। ଏହାସହ ୮୩-ଜି. ଉଦୟଗିରି ବିଧାନସଭା ମଣ୍ଡଳୀରେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ କୁଶଳ କୁମାର ନାଏକଙ୍କ ନେତୃତ୍ୱରେ ମଧ୍ୟ ୧୦୦ ପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ବାଲିଗୁଡ଼ାରେ କାର୍ଯ୍ୟ ସମାପ୍ତ ହେବା ସହିତ ସମଗ୍ର କନ୍ଧମାଳ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅଧୀନରେ ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ଏହି ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ସମଗ୍ର ନିର୍ବାଚନୀ ଟିମ୍‌କୁ ଅଭିନନ୍ଦନ ଜଣାଇ କହିଛନ୍ତି, “ଜିଲ୍ଲାର ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସମଗ୍ର ଟିମ୍‌ର ସମନ୍ୱିତ ଓ ନିଷ୍ଠାପର କାର୍ଯ୍ୟ ବେଶ ପ୍ରଶଂସନୀୟ। ସମସ୍ତଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ।” ଏହି ଡିଜିଟାଇଜେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଜିଲ୍ଲାରେ ଭବିଷ୍ୟତରେ ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପରିଚାଳନା କାର୍ଯ୍ୟ ଅଧିକ ସ୍ୱଚ୍ଛ, ଦ୍ରୁତ ଓ ସୁବ୍ୟବସ୍ଥିତ ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ