ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ଚୌଦ୍ଵାରର ୫୫ନଂ ଜାତୀୟ ରାଜପଥର ନୁନଣ୍ଟିକିର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଚୌଦ୍ଵାର ମଙ୍ଗଳା ସାହିର ଗଗନ ସାହୁ । ସେ ମଙ୍ଗୁଳିଛକରେ କାମ କରୁଥିଲେ । ସବୁଦିନ ପରି ଆଜି ସକାଳେ ସେ ସାଇକେଲରେ ଯାଉଥିବା ବେଳେ ଏକ ଗାଡ଼ି ତାଙ୍କୁ ପଛ ପଟୁ ଧକ୍କା ଦେଇ ଚାଲିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଚୌଦ୍ଵାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଇଥିଲା। ଏହା ସହିତ ପୋଲିସ ଘଟଣାର ତଦନ୍ତ କରିବା ସହ କେଉଁ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଗଲା, ତାହା ଜାଣିବାକୁ ପୋଲିସ ପ୍ରୟାସ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ