ଓଡ଼ିଆ ସିନେଜଗତର ଖ୍ୟାତନାମା କ୍ୟାମେରାମ୍ୟାନ ଦିଲୀପ ରାୟଙ୍କ ପରଲୋକ

କଟକ, (ଓ୍ବାଇଏନଏସ): ଓଡ଼ିଆ ଚ​ଳଚ୍ଚିତ୍ର ଜଗତର ଖ୍ୟାତନାମା କ୍ୟାମେରାମ୍ୟାନ ଦିଲୀପ ରାୟ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍ ରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କିଛିଦିନ ତଳେ ତାଙ୍କୁ ହୃଦଘାତ ଯୋଗୁଁ ବ୍ରେନ୍ ଷ୍ଟ୍ରୋକ୍ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପତ୍ନୀ ଓ ତିନି କନ୍ୟା ଅଛନ୍ତି। ତାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯିବ ବୋଲି ସୂଚନା ମିଳିଛି। ଦିଲୀପ ରାୟ ୧୯୫୪ ମସିହା ଜୁଲାଇ ୨୭ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ୮୦ ଦଶନ୍ଧିରେ ପ୍ରଖ୍ୟାତ ନିଦ୍ଦେର୍ଶକ ମନମୋହନ ମହାପାତ୍ରଙ୍କ ପରାମର୍ଶରେ ସିନେମାଟୋଗ୍ରାଫର୍ ହୋଇଥିଲେ । ସେ ବେଙ୍ଗାଲୁରୁର ଏଫଟିଆଇରୁ ସିନେମାଟୋଗ୍ରାଫି କୋର୍ସ କରିବା ପରେ ସିନେମାରେ ପ୍ରବେଶ କରିଥିଲେ। ତ୍ରିସନ୍ଧ୍ୟା, ବାଜେ ବଇଁଶୀ ନାଚେ ଘୁଙ୍ଗୁର, ଭାଗ୍ୟ ହାତେ ଡୋରି, ସୁନା ସଂସାର, ଜୀବନସାଥୀ, ବିଧିର ବିଧାନ, ଏଇତ ଦୁନିଆ, ବସ୍ତ୍ରହରଣ, ଚକାଭଉଁରୀ ଲକ୍ଷ୍ମଣ ରେଖା, ଚିନି ଆଦି ସମେତ ୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ଚିତ୍ରଉତ୍ତୋଳନ କରିଥିଲେ । ଏହାଛଡ଼ା ସେ କେତୋଟି ଛତିଶଗଡ଼ି ସିନେମାର ମଧ୍ୟ କ୍ୟାମେରାମ୍ୟାନ୍ ଥିଲେ। ସେ ଦୂରଦର୍ଶନରେ ବି ଚାକିରି କରିବା ପରେ ଅବସର ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ