ଓକିଲ ସଂଘ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍): ଓଡିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ପରିଚାଳିତ ୨୦୨୪ ବର୍ଷର ଓଡିଶା ପ୍ରଶାସନିକ ସେବା (ଓସିଏସ୍‍) ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ସ୍ନିଗ୍ଧା ସେନାପତି ଏବଂ ଇତିଶ୍ରୀ ଜେନା ଓ ସ୍ମ୍ମୃତିରଂଜନ ବେହେରାଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମାଟ୍ରିକ ଏବଂ ଯୁୁକ୍ତ ଦୁଇ ଓ ଯୁକ୍ତ ତିନି ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଟପ୍ପର ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ଏକ ସ୍ୱତନ୍ତ୍ର ମେଧାବୀ ଅଭିନନ୍ଦନ ତଥା ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ଆସିକା ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଭା ସମ୍ମାନ ତଥା ମେଧାବୀ ଅଭିନନ୍ଦନ ଏବଂ ମେଧାରତ୍ନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଶନିବାର ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ଭାସ୍କର ସ୍ୱାଇଁ, ଅଜିତ୍‍ କୁମାର ଚୌଧୁରୀ, ବିଦେଶୀ ନାହାକ, ଆସିକା ଓକିଲ ସଂଘର ଉପସଭାପତି ଜି.ସୂର୍ଯ୍ୟପ୍ରକାଶ ରାଓ ପ୍ରମୁଖ ଯୋଗଦେଇ ଓସିଏସ୍‍ କୃତି ସ୍ନିଗ୍ଧା ସେନାପତି ଏବଂ ଇତିଶ୍ରୀ ଜେନା ଓ ସ୍ମୃତିରଂଜନ ବେହେରାଙ୍କ ସମେତ ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର, ଉପଢୌକନ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ମେଧାବୀ ବିଦ୍ୟାର୍ଥୀମାନେ ଜୀବନରେ ସଂକଳ୍ପ, ଶୃଙ୍ଖଳା ଓ ସମର୍ପଣ ଭାବ ଜାରି ରଖିବା ସହ କଠିନ ପରିଶ୍ରମ, ନିଷ୍ଠାପର ପ୍ରୟାସ ମାଧ୍ୟମରେ ନିଜର ଉଜ୍ଜଳ ଭବିଷ୍ୟତ ଗଠନ କରି ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ନିଜ ପିତାମାତା ଓ ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରି ସଫଳତାର ସ୍ରୋତକୁ ଆହୁରି ଅଗ୍ରସର କରିବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଓକିଲ ସଂଘ ପକ୍ଷରୁ ଆୟୋଜିତ ଏହି ମେଧାବୀ ଅଭିନନ୍ଦନ ତଥା ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ରାଘବ କୁମାର ନାହାକ, ବରିଷ୍ଠ ଆଇନଜୀବୀ ଅଜିତ୍‍ କୁମାର ପଟ୍ଟନାୟକ, ଯୁୂବ ଆଇନଜୀବୀ ଦେବକାନ୍ତ ଶର୍ମା, ବରିଷ୍ଠ ଆଇନଜୀବୀ କେ.ବ୍ରହ୍ମାନନ୍ଦ ରାଓ, ପି.ରବିନ୍ଦ୍ର କୁମାର ପାତ୍ର, ରୁଦ୍ର ପ୍ରସାଦ ପାଣିଗ୍ରାହୀ, ରୁଦ୍ର ପ୍ରସାଦ ମହାପାତ୍ର, ମାନବ ରଂଜନ ଗୌଡ, କାଳୀଚରଣ ଦାଶ, ପି.ଚନ୍ଦ୍ରଶେଖର ପାତ୍ର, ଦେବରାଜ ମିଶ୍ର, ସନ୍ତୋଷ କୁମାର ମିଶ୍ର, ଅମର କୁମାର ବିଶ୍ୱାଳ, ନାରାୟଣ ଜେନା, ନାରାୟଣ ବେହେରା, ପ୍ରିୟାଂଶୁ ଶେଖର ପରିଡା, ଅଜିତ୍‍ କୁମାର ମୁନି, ମନୋରଂଜନ ନାହାକ, ବି.ମୋହନ ରାଓ ଦୋରା, ଶାଶ୍ୱତ କୁମାର ପଣ୍ଡା, ମହେଶ୍ୱର ବେହେରାଙ୍କ ସମେତ ବହୁ ଅଇନଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଦୀର୍ଘ ବର୍ଷ ଧରି ଆସିକା ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଥିବା ବହୁ ପ୍ରତିଭାଧରଙ୍କୁ ଚିହ୍ନଟ କରି ସେମାନଙ୍କୁ ଉତ୍ସାହିତ କରିବା ସହ ଉଜ୍ଜଳ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଆସିକା ଓକିଲ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଭା ସମ୍ମାନ ସମାରୋହ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ପଦକ୍ଷେପ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ