ପ୍ରଶାସନକୁ ଚକମା ଦେଇ ବଡକେଳାଝୁରିରୁ ବାଲି ଲୁଟ

ଚିକିଟି,(ଦିପ୍ତି ରଞ୍ଜନ ପାଢୀ): ଚିକିଟି ତହସିଲ ନୂଆପଡା ରାଜସ୍ବନିରୀକ୍ଷକ ଅଞ୍ଚଳ ବଡ କେଳାଝୁରି ସ୍ଥିତ ବାହୁଦା କୁଳ ରୁ ଦୈନିକ ତିରିଶି ରୁ ଉର୍ଦ୍ଧ ଟ୍ରାକ୍ଟର ବେଆଇନ ଭାବେ ଚୋରା ବାଲି ଚାଲାଣ ହେଉଛି। ଏଥିପ୍ରତି ନା ଖଣି ବିଭାଗର ନଜର ଅଛି ନା ନୂଆପଡା ଫାଣ୍ଡିର। ଦିନ ଦ୍ବିପ୍ରହର ରେ ଖୋଲା ଖୋଲି ଭାବେ ପୋଲିସ ଆଖିରେ ଧୂଳି ଦେଇ ନିର୍ଭୟ ରେ ଲୁଟ ହେଉଛି। ଖଣି ବିଭାଗ ମଧ୍ୟ ହାତ ମାରି ପାରୁନି ଏହି ବେଆଇନ ଲୁଟ ରେ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ମାଫିଆ ଙ୍କ ଏପରି ଦୁଃସାହସ ଫଳରେ ସରକାର ସିଧା ସଳଖ ରାଜସ୍ବ ହରେଉ ଥିବା ବେଳେ କାହା ଆଶ୍ରିବାଦ ରେ ବାଲି ଲୁଟ  କରି ଲକ୍ଷ ଲକ୍ଷ ଟଙ୍କା ମୁନଫା ହାସଲ କରୁଛନ୍ତି ତାହା ତଦନ୍ତ ସାପେକ୍ଷ। ବିଗତ ଦିନ ରେ ଖଣି ବିଭାଗ ତରଫରୁ ଆଖି ଦୃଶିଆ ଚଢ଼ାଉ କରି ସାବତ ମା କୁ ଠଣା ଭଳି ଚଢ଼ାଉ ମାଫିଆଙ୍କୁ ଏବେ ବେଶ ଖୋରାକ ଯୋଗେଇଛି। ମାଫିଆ ମାନେ ବିଭିନ୍ନ ଛକ ରେ ଅସାମାଜିକ ତତ୍ୱ ସାହାରାରେ ଆଖ ପାଖ  ଅଞ୍ଚଳ ରେ ବାଲି ଚଢ଼ାଦର ରେ ବିକ୍ରି କରୁଛନ୍ତି। ଏଠି ମାଫିଆ ଙ୍କ କାହାକୁ ଡର ନ ରହିବା ଓ ବିନା ଲିଜ ରେ ଲଘୁ ଖଣିଜ ସମ୍ପଦ ର ଲୁଟ ଖଣି ବିଭାଗ ର ଅପାରଗତା କୁ ସ୍ପଷ୍ଟ କରୁଛି। ଆଶ୍ଚର୍ଯ୍ୟ ଜନକ ଭାବେ ବିନା ଲିଜ ରେ  ଜେ ସି ବି ମେସିନ ବ୍ୟବହାର ପୂର୍ବକ ବାଲି ଉଠେଇ ବଡ଼ ବଡ଼ ଗଦା କରି ଚାଲାଣ ହେଉଛି। ଏ ସବୁ ପ୍ରଶାସନ ଜାଣତ ରେ ହେଉଛି ନା ଚକମା ଦିଆଯାଉଛି ତାହା ଡବଲ ଇଞ୍ଜିନ ସରକାର ସ୍ପଷ୍ଟ କରିବା ଉଚିତ.ରାଜ୍ୟ ଖଣି ମନ୍ତ୍ରୀଙ୍କ ନିଜ ବାସଭବନ ଠାରୁ ୪୦ କିଲୋମିଟର ଦୂର ରେ ମାଫିଆ ଙ୍କ ବେଆଇନ ବାଲି ଲୁଟ ସାହସ ସମସ୍ତ ଙ୍କୁ ଚକିତ କରିଛି। ତେବେ ବୁଧବାର ଅପରାହ୍ନ ରେ ଖଣି ବିଭାଗ ତରଫରୁ ଉକ୍ତ ଜାଗା ପରିଦର୍ଶନ କରି ଫେରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ