ଚଳିତ ବର୍ଷ ପୁରୁଣା ଵହିରେ ପାଠପଢ଼ା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନାଉଗାଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ (ପ୍ରଦୋଷ ମହାନ୍ତି): ବିକୃତ ତୃଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ସରକାରୀ ନିର୍ଦ୍ଦେଶାନାମା ଜାରି, ଚଳିତବର୍ଷ ପୁରୁଣା ଵହିରେ ପାଠପଢ଼ାଇଵା ପାଇଁ କାର୍ଯ୍ୟକାରି ପଦକ୍ଷେପ ଗ୍ରହଣ, ଅଣବୈଜ୍ଞାନିକ ଭାଷା ନୀତିକୁ ତୁରନ୍ତ ପ୍ରତ୍ୟାହାର, ଆସନ୍ତା  ଶିକ୍ଷାବର୍ଷ ଲାଗି ଅବିଳମ୍ବେ ଗଣତାନ୍ତ୍ରିକ ପଦ୍ଧତିରେ ବିଷୟ ଭିତ୍ତିକ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରି ବିଜ୍ଞାନ ସମ୍ମତି ତୃଟି ମୁକ୍ତ ପାଠ୍ୟ ପୁସ୍ତକ ଯୋଗାଣ ଓ ଏନ୍.ଇ. ପି ୨୦୨୦ କୁ ସମ୍ପୂର୍ଣ୍ଣ ବାତିଲ ଆଦି ୫ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନାଉଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ନିରଞ୍ଜନ ପରିଡାଙ୍କୁ ପ୍ରଦାନ କରାଯାଇଛି। ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ) ଜଗତସିଂହପୁର ଜିଲ୍ଲା କମିଟି ସମ୍ପାଦକ କମ୍ରେଡ ସୁବାସ ସ୍ବାଇଁ, ମହେଶ୍ବର ଦାସ, ବସନ୍ତ ମଲ୍ଲିକ,କବୀର ବିଶ୍ୱାଳ, ନୃସିଂହ ଚରଣ କାଣ୍ଡି, ଅଭିରାମ ପରିଡ଼ା, ଜଗବନ୍ଧୁ ସାମଲ, ଛବିନ୍ଦ୍ର ଭୋଇ ପ୍ରମୁଖ ବିଭିନ୍ନ ତୃଟି ସମ୍ପର୍କରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ