ନନ୍ଦିପଦା ଥାନାରେ ନିଶା ମୁକ୍ତ ଓଡିଶା ସଚେତନତା କାର୍ଯ୍ୟକ୍ରମ
ହାଟଡିହି, (ଓ୍ବାଇଏନଏସ) : ନନ୍ଦିପଦା ଥାନା ପକ୍ଷରୁ ନିଶା ମୁକ୍ତ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର ଜେନା, ଦୁଃଶାସନ ସାହୁ, ବୀରେନ୍ଦ୍ର କୁମାର ବିଶ୍ଵାଳ, ପ୍ରସନ୍ନ ମହାନ୍ତି, ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇ ନିଶାମୁକ୍ତ ଓଡ଼ିଶାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବର୍ତମାନ ସମୟରେ ନିଶା ଯୋଗୁଁ ଯୁବ ପିଢ଼ି କିପରି ବିପଥଗାମୀ ହେଉଛନ୍ତି ତାହା ଉପରେ ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ମତବ୍ୟକ୍ର କରିଥିଲେ। ଏହି ଅବସରରେ ଏଲଇଡି ମାଧ୍ୟମରେ ପୋଲିସ ମୁଖ୍ୟାଳୟରେ ହେଉଥିବା ନିଶା ମୁକ୍ତ ଓଡିଶା କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଉପସ୍ଥିତ ସମସ୍ତ ଜନସାଧାରଣ ନିଶା ମୁକ୍ତ ଓଡିଶା ଗଠନରେ ଭାଗିଦାରୀ ହେବାକୁ ଶପଥ ନେଇଥିଲେ। ଏଥିରେ ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଗୋଲଖ ନାୟକ, ହାବଳେଶ୍ୱର ସରପଞ୍ଚ ରମା ନାୟକ, ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି, ସମିତି ସଭ୍ୟ ଦେବବ୍ରତ ବେହେରା, ଶାସଙ୍ଗ ସରପଞ୍ଚ ପ୍ରତିନିଧି ସୁଧାଂଶୁ ବିଶ୍ୱାଳ, ଗେଡ଼ମା ସରପଞ୍ଚ ପ୍ରତିନିଧି ବାବୁଲା କାଣ୍ଡି, କଳିଙ୍ଗା ସରପଞ୍ଚ ପ୍ରତିନିଧି ପୀତବାସ ଜେନା, ସାମ୍ବାଦିକ ପାର୍ଥ ସୌରଭ ସା, ନିରଞ୍ଜନ ବିଶ୍ୱାଳଙ୍କ ସମେତ ଅନେକ ଜନସାଧାରଣ ଯୋଗଦେଇଥିଲେ।


