ଇନଷ୍ଟାଗ୍ରାମରୁ ପ୍ରେମ: ବିବାହ କରିବାକୁ ଜିଦ ଧରିବାରୁ ହୋଇଥିଲା ହତ୍ୟାକାଣ୍ଡ

ହାଟଡିହି (ଓ୍ବାଇଏନଏସ) : ପଶ୍ଚିମବଙ୍ଗ ପ୍ରେମିକାକୁ ଓଡିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ହତ୍ୟା କରିଥିବା ଘଟଣାରେ ପର୍ଦାଫାଶ ହୋଇଛି l ବିବାହ କରିବାକୁ ପ୍ରେମିକ ନିକଟରେ ପ୍ରେମିକା ଜଣକ ଜିଦ କରିବାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି l ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ ବୁଧବାର ଅଭିଯୁକ୍ତ ପ୍ରେମିକ ମହମଦ ଟୁନୁ ଶେଖକୁ ରିମାଣ୍ଡରରେ ଅଣାଯାଇ ଘଟଣା ସ୍ଥଳକୁ ନିଆଯାଇଥିଲା l ସେଠାରେ ସିନ ରିକ୍ରିଏସନ କରାଯାଇଥିଲା l ଉଭୟଙ୍କ ମଧ୍ୟରେ ଇନଷ୍ଟାଗ୍ରାମରୁ ପ୍ରେମ ଆରମ୍ଭ ହୋଇ ଘନିଷ୍ଠତା ବଢ଼ିଥିଲା l ପ୍ରେମିକା ଜଣକ ପ୍ରେମିକକୁ ବିବାହ କରିବାକୁ ଜିଦ ଧରିଥିଲା l ମହିଳା ଜଣକ ପୂର୍ବରୁ ବିବାହ କରିଥିବା ହେତୁ ପ୍ରେମିକ ଜଣକ ବିବାହ ପାଇଁ ରାଜି ହେଉ ନଥିଲା। ଫଳରେ ପ୍ରେମିକ ପ୍ରେମିକାକୁ ଓଡିଶା ଆସିବାକୁ କହିଥିଲା l ପ୍ରେମିକା ଟ୍ରେନରେ ଆସିବା ପରେ ତାକୁ ଅଭିଯୁକ୍ତ ପ୍ରେମିକ ସୋସୋ ଥାନା ଅଞ୍ଚଳକୁ ନେଇ ଏକ ବାଉଁଶ ଲାଠି ରେ ଆକ୍ରମଣ କରିଥିଲା l ସିନ ରିକ୍ରିଏସନ ସମୟରେ ବାଉଁଶ ଲାଠିକୁ ପୋଲିସ ଜବତ କରିଛି।  ହତ୍ୟା କରିବା ପରେ ପ୍ରେମିକାକୁ ପାଣି, କାଦୁଅ ବିଲରେ ପକାଇ ଫେରାର ହୋଇଯାଇଥିଲା l ପ୍ରେମିକା ଜଣକ ପଶ୍ଚିମବଙ୍ଗର ବିରଭୂମି ଜିଲ୍ଲା ନାଲହାଟି ଥାନା ଲୁହପୁର ବଜାର ଗ୍ରାମର ଚାନ୍ଦ ଶେଖଙ୍କ ପତ୍ନୀ ଆସମା ବିବି (୪୦ ବର୍ଷ ) ଅଟନ୍ତି l ନାଲହାଟି ଥାନାରେ ପତ୍ନୀ ନିଖୋଜ ନେଇ ଏକ ମାମଲା ମଧ୍ୟ ପଞ୍ଜିକରଣ ହୋଇଛି l  ମହିଳା ଜଣକ ପୂର୍ବରୁ ବିବାହ କରିଥିବା ବେଳେ ପରବର୍ତ୍ତୀ ସମୟରେ ନିଜ ସମୁଦୀକୁ (ଝିଅର ଶ୍ୱଶୁର) ଦ୍ଵିତୀୟ ଥର ପାଇଁ ବିବାହ କରିଥିଲେ l ବୁଧବାର ମୃତ ମହିଳାଙ୍କ ମା, ବାପା, ସ୍ୱାମୀ ସୋସୋ ଥାନାରେ ପହଞ୍ଚିଛନ୍ତି l ସୂଚନା ଯୋଗ୍ୟ, ଅଭିଯୁକ୍ତ ଝାଡ଼ଖଣ୍ଡ ପ୍ରେମିକକୁ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତ ଶନିବାର ଝାଡ଼ଖଣ୍ଡରୁ ଗିରଫ କରି କେନ୍ଦୁଝର ଆଣିଥିଲା l ଅଭିଯୁକ୍ତ ଜଣକ ସାହେବଗଞ୍ଜ ଜିଲା ରାଜମହଲ ଥାନା କୋଚପଡା ପୂର୍ବୀ ନାରାୟଣପୁର ଗ୍ରାମର ତମ୍ବା ଶେଖଙ୍କ ପୁଅ ମହମଦ ଟୁନୁ ଶେଖ (୨୦ ବର୍ଷ)ଅଟନ୍ତି l ପୋଲିସ ଥାନା କେସ ନଂ ୧୨୭/୨୦୨୬ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଝାଡ଼ଖଣ୍ଡ ପ୍ରେମିକର ସହଯୋଗୀକୁ ଭଦ୍ରକ ଜିଲ୍ଲା ରୁରାଲ ଥାନା ନାରାୟଣପୁର ଗ୍ରାମର କାଳନ୍ଦୀ ଜେନାଙ୍କ ପୁଅ ଅକ୍ଷୟ(୨୨ ବର୍ଷ)ଙ୍କୁ ପ୍ରଥମେ ଗିରଫ କରିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ