ବନ ମହୋତ୍ସବ ସପ୍ତାହ ପାଳିତ

ବୁଗୁଡ଼ା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଳକ ଅନ୍ତର୍ଗତ ପିଏମ ଶ୍ରୀ ବାଲିପଦର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୦୧/୭/୨୬ ତାରିଖ ଦିନ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ ବୃନ୍ଦ ବିଦ୍ୟାଳୟରୁ ଆରମ୍ଭ କରି କଳମ୍ବ ଓ କାଦପଡା ଗ୍ରାମ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଜନସାଧାରଣଙ୍କୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ବିଷୟରେ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ର ଅତିରିକ୍ତ ବନ ସଂରକ୍ଷକ ପ୍ରଦୀପ କୁମାର ବେହେରା, ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ ଯୋଗଦେଇ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ଗହଣରେ ଗଛ ଲଗାଇଥିଲେ। ଜିତେନ୍ଦ୍ରିୟ ଗୌଡ଼, ଏ. ଲିପ ରାଣୀ ପାତ୍ର, ଏନସିସି ଶିକ୍ଷକ ପି. ସନ୍ତୋଷ ରାଓ ଦୋରା, ଇ.ନୀଳାଚଳ ପାତ୍ର, ସୁନିତା ଦେବୀ, ଭବାନୀ ମଲ୍ଲିକ, ସୁମିତ୍ରା ବେହରା, ପ୍ରିୟଦର୍ଶିନୀ ପାତ୍ର ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀ ବନ ମହୋତ୍ସବ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ