ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଗଣିଜାଙ୍ଗ ଗ୍ରାମ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଭୂୟାଁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗାୟତ୍ରୀ ବେହେରା, ନିର୍ବାହୀ ଯନ୍ତ୍ରୀ ଇଂ ଭୀମ ହାଁସଦା, ଇଲେଟ୍ରିସିଆନ୍ ବିଶ୍ବରଂଜନ ପରିଡ଼ା, ମଳୟ ବେହେରା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ସରପଞ୍ଚ ରଶ୍ମିତା ସେଠୀ, ସମିତିସଭ୍ୟ ମନୋରଞ୍ଜନ ସେଠୀ, ପ୍ରାକ୍ତନ ସରପଞ୍ଚ ରଞ୍ଜନ କୁମାର ସାହୁ, ଶିକ୍ଷୟତ୍ରୀ ଶୋଭାରାଣୀ ଦାସ, ନିବେଦିତା ଘଡାଇ, ଅଞ୍ଜୁଶ୍ରୀ ଜେନା, ବିଶ୍ଵନାଥ ନାୟକ , ପଞ୍ଚାନନ ଦାସ ସମେତ ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା । ଶକ୍ତି ବିଭାଗର କର୍ମଚାରୀମାନେ ଯୋଗଦେଇ ବିଦ୍ୟୁତ୍ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରିଥିଲେ। ବିଦ୍ୟୁତ ଉପକରଣର ସଠିକ ବ୍ୟବହାର, ଓଦା ହାତରେ ବିଦ୍ୟୁତ୍ ଉପକରଣ ସ୍ପର୍ଶ ନ କରିବା, ଛିଣ୍ଡା ବିଦ୍ୟୁତ୍ ତାରଠାରୁ ଦୂରେଇ ରହିବା, ବର୍ଷା ସମୟରେ ସତର୍କତା ଅବଲମ୍ବନ କରିବା ଏବଂ ବିଦ୍ୟୁତ୍ ଦୁର୍ଘଟଣା ଘଟିଲେ ତୁରନ୍ତ ସମ୍ପୃକ୍ତ ବିଭାଗକୁ ସୂଚନା ଦେବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଯାଇଥିବା ବେଳେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଏଭଳି କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ସୁରକ୍ଷିତ ବିଦ୍ୟୁତ୍ ବ୍ୟବହାର ସମ୍ପର୍କରେ ସଚେତନତା ବୃଦ୍ଧି କରିବ ବୋଲି ମତ ପ୍ରକାଶ କରିଥିଲେ। ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା।ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହରେ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। କାର୍ଯ୍ୟକ୍ରମରେ ଯମୁନା ମୁଖି, ମନୋରମ ଦାସ, ଏକାଦଶୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


