ଆରମ୍ଭ ହେଲା ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା
ଆସିକା (ୱାଇଏନ୍ଏସ୍) :ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଳିମେଣ୍ଟାରୀ ଏବଂ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଗୁରବାର ଠାରୁ ଆସିକା ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା କଡା ପଦକ୍ଷେପ ସ୍ୱରୂପ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନର ପ୍ରଥମ ଭାଷା ମାତୃଭାଷା ଓଡିଆ ପରୀକ୍ଷା ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ପ୍ରଥମ ଦିନର ପରୀକ୍ଷା ଶେଷ ହେବା ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରୁ ବହୁ ପରୀକ୍ଷାର୍ଥୀ ମାନେ ଖୁସିମନରେ ଫେରିଥିବା ଦେଖିବାକୁ ମିଳିଥିଲା । ମାଟ୍ରିକ୍ ସପ୍ଳିମେଣ୍ଟାରୀ ଏବଂ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପ୍ରଥମ ଦିନରେ ପ୍ରଥମ ଭାଷା ଓଡିଆ ପ୍ରଶ୍ନପତ୍ର ଅପେକ୍ଷାକୃତ ସହଜ ଓ ସରଳ ଥିବାରୁ ପରୀକ୍ଷା ଭଲ ହୋଇଛି ବୋଲି ଅନେକ ପରୀକ୍ଷାର୍ଥୀ ଓ ବରିଷ୍ଠ ଶିକ୍ଷକ ପ୍ରକାଶ କରିଛନ୍ତି । ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ୧୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲା ବେଳେ ସେଥି ମଧ୍ୟରୁ ୧୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା କାରଣରୁ ୭ ଜଣ ପରାକ୍ଷୀର୍ଥୀ ଏବଂ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦେବା ପାଇଁ ୮୧ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲା ବେଳେ ୩ ଜଣ ଅନୁପସ୍ଥିତ ରହିବାରୁ ୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି। ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ଅଧୀକ୍ଷିକା ତଥା ପ୍ରଧାନଶିକ୍ଷୟତ୍ରୀ ମିନତୀ କୁମାରୀ ପାତ୍ର ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତି ପାଇଥିବା ବରିଷ୍ଠ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିକ୍ଷୟିତ୍ରୀ ପଦ୍ମାବତୀ ଦୋରା, ଇନ୍ଦିରା ଦାଶ, ରଶ୍ମିତା ପାତ୍ର, ଲକ୍ଷ୍ମୀ ଦାଶ, ପି.ରୋଜା, ସୁଶ୍ରୀ ପ୍ରିୟମ୍ବଦା, ମିତାଞ୍ଜଳୀ ପଣ୍ଡା, ପ୍ରଜ୍ଞା ପରମିତା ପ୍ରଧାନଙ୍କ ସମେତ ଶିକ୍ଷା ବିଭାଗର ବହୁ କର୍ମଚାରୀ ଏହି ମାଟ୍ରିକ୍ ସପ୍ଳିମେଣ୍ଟାରୀ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଏବଂ କପି ରୋକିବା ଉପରେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାକୁ ସ୍ୱଚ୍ଛ, କପିମୁକ୍ତ ଭାବେ ପରିଚାଳନା କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିଲା ବେଳେ ଏହି ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧିପାଇଥିବା ଦେଖିବାକୁ ମିଳିଥିଲା। ମାଟ୍ରିକ ପରୀକ୍ଷା ସକାଳ ୯ଟାକୁ ଆରମ୍ଭ ହେବାକୁ ଥିବା ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନଙ୍କୁ ଛଡା ଯାଇଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତି ପାଇଥିବା ବରିଷ୍ଠ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବଣ୍ଟନ ଠାରୁ ଆରମ୍ଭ କରି ପରୀକ୍ଷା ସରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଟିକିନିଖି ତଦାରଖ କରିଥିବା ଦେଖିବାକୁ ମିଳିଥିଲା ।


