‘ସେବା ସେତୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ
କୋରାପୁଟ(ଓ୍ବାଇଏନଏସ): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଡେଲ ପଞ୍ଚାୟତରେ ସୋମବାର ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନ ଶୁଣାଣି ଅବସରରେ ପଞ୍ଚାୟତର ରାସନ୍ କାର୍ଡ ଧାରୀଙ୍କୁ ସଚେତନ ଲାଗି ଯୋଗାଣ ବିଭାଗର ସେବା ସେତୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବିଡିଓ ଦୁର୍ଗା ପ୍ରସାଦ ଦୋରା କେନ୍ଦ୍ରୀୟ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ୱାନ ନେସନ ୱାନ ରେସନ୍ କାର୍ଡ ପଲିସି ସମ୍ପର୍କରେ ଉପସ୍ଥିତ ନିର୍ବାଚିତ ପ୍ରତିନିଧି ଓ ପଞ୍ଚାୟତ ବାସୀଙ୍କୁ ଅବଗତ କରିଥିଲେ। ଯୋଗାଣ ନୀରିକ୍ଷକ ବଳରାମ ଜେନା ସେବା ସେତୁ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ଯୋଗାଣ ବିଭାଗ ତରଫରୁ ପଞ୍ଚାୟତର ସମସ୍ତ ରାସନ୍ କାର୍ଡ ଧାରୀଙ୍କ ଇ-କେୱାଇସି, ରାସନ୍ କାର୍ଡ ସହିତ ମୋବାଇଲ ନମ୍ବର୍ ସଂଯୋଗ, ମିଳୁଥିବା ଚାଉଳର ମାନ ପରୀକ୍ଷା, ନୂତନ ରାସନ୍ କାର୍ଡ ଆବେଦନ ପ୍ରକ୍ରିୟା, ନାମ ସଂଯୋଗ ଓ ବାଦ୍ ଦେବାର ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କୁ ବୁଝାଇ ଥିଲେ। କାର୍ଯ୍ୟକ୍ରମରେ ବାଡେଲ ପଞ୍ଚାୟତ ସରପଞ୍ଚ ତୁଳା ହଂସା, ସମିତିସଭ୍ୟ ରାଧିକା ଖେମୁଣ୍ଡୁ, ସମସ୍ତ ୱାର୍ଡସଭ୍ୟ, ସିଡ଼ିପିଓ ମିନତି ବାଳା ପଟ୍ଟନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନାଗେନ୍ ତ୍ରିପାଠୀ ପ୍ରମୁଖଙ୍କ ସମେତ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ।


