ଆଜି ଅନ୍ତର୍ଜାତୀୟ ପ୍ଳାଷ୍ଟିକ୍‍ ବ୍ୟାଗ୍‍ ମୁକ୍ତ ଦିବସ

ଆସିକା (ୱାଇଏନ୍‍ଏସ୍‍):ଜୁଲାଇ ମାସ ୩ ତାରିଖକୁ ଅନ୍ତର୍ଜାତୀୟ ପ୍ଳାଷ୍ଟିକ୍‍ ବ୍ୟାଗ୍‍ ମୁକ୍ତ ଦିବସ ରୂପେ ପାଳନ କରାଯାଇଆସୁଛି । ଗତ ୨୦୦୮ ମସିହାରୁ ପ୍ରତିବର୍ଷ ଜୁଲାଇ ମାସ ୩ ତାରିଖରେ ପ୍ଳାଷ୍ଟିକ୍‍ ବ୍ୟାଗ୍‍ ମୁକ୍ତ ଦିବସ ପାଳନ କରାଯାଉଥିଲା ବେଳେ ସିଙ୍ଗିଲ୍‍ ୟୁଜ୍‍ ପ୍ଳାଷ୍ଟିକ୍‍ ବ୍ୟାଗ୍‍ ବ୍ୟବହାର ବନ୍ଦ କରିବା ସାଙ୍ଗକୁ ସବୁଜ ପରିବେଶ ସୃଷ୍ଟି କରିବାକୁ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳୁଛି । ଅନ୍ତର୍ଜାତୀୟ ପ୍ଳାଷ୍ଟିକ୍‍ ବ୍ୟାଗ୍‍ ମୁକ୍ତ ଦିବସ ପାଳନ ଅବସରରେ ପରିବେଶବିତ୍‍ ତଥା ସମାଜସେବୀ ଏ.ବ୍ରହ୍ମାନନ୍ଦ ଆଚାରୀ ସୂଚନା ଦେଇକହିଛନ୍ତି ଯେ ପ୍ଳାଷ୍ଟିକ୍‍ ବ୍ୟାଗ୍‍ ଦ୍ୱାରା ପରିବେଶ ଓ ଜୀବଜନ୍ତୁଙ୍କ ଉପରେ ବିଶେଷ ଭାବେ ପ୍ରଭାବ ପଡୁଥିଲା ବେଳେ ଜନସାଧାରଣ ସଚେତନ ହୋଇ ପରିବେଶ ଅନୁକୂଳ ବିକଳ୍ପ ଯଥା କପଡା ଥଳି, କାଗଜ ବ୍ୟାଗ୍‍ ଏବଂ ଜୁଟ ତିଆରୀ ବ୍ୟାଗ୍‍ ବ୍ୟବହାର କରିବାକୁ ପରାମର୍ଶ ଦେବା ସାଙ୍ଗକୁ ଗୋଟିଏ ଥର ବ୍ୟବହୃତ ପ୍ଳାଷ୍ଟିକ୍‍ ବ୍ୟାଗ୍‍କୁ ବର୍ଜନ କରି ଏକ ସବୁଜ ପରିବେଶ ସୃଷ୍ଟି କରିବା ସାଂପ୍ରତିକ ପରିସ୍ଥିତିରେ ଅପରିହାର୍ଯ୍ୟ ହୋଇପଡିଛି । ଗୋଟିଏ ପ୍ଳାଷ୍ଟିକ୍‍ ବ୍ୟାଗ୍‍ ନଷ୍ଟ ହେବାକୁ ବର୍ଷ ବର୍ଷ ସମୟ ଲାଗୁଥିଲା ବେଳେ ପରିବେଶକୁ ଏହି ପ୍ଳାଷ୍ଟିକ୍‍ ବ୍ୟାଗ୍‍ ଅଧିକରୁ ଅଧିକ କ୍ଷତି ପହଞ୍ଚାଉଥିଲେ ମଧ୍ୟ ଦିନକୁ ଦିନ ପ୍ଳାଷ୍ଟିକ୍‍ ବ୍ୟାଗ୍‍ର ବହୁଳ ବ୍ୟବହାର ପରିବେଶ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ପରିବେଶକୁ କ୍ଷତି ପହଞ୍ଚାଉଥିବା ପ୍ଳାଷ୍ଟିକ୍‍ ବ୍ୟାଗ୍‍ର ବ୍ୟବହାର ଉପରେ କଟକଣା ଲଗାଇବା ସହ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ