ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ନବରଙ୍ଗପୁର ବନ୍ୟା ମଣିଷକୃତ: ସଭାପତି ଡ଼ଃ ଲିପିକ ମାଝୀ

ନବରଙ୍ଗପୁର,(ୱାଇଏନଏସ): ବାତ୍ୟା ଅର୍ଣ୍ଣଭ ପ୍ରଭାବରେ ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ସାଙ୍ଗକୁ ଇନ୍ଦ୍ରାବତୀ ଏବଂ ମୁରାନ ଡ୍ୟାମ ଖୋଲିବା ଫଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି କୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଡ଼ଃ ଲିପିକ ମାଝୀ ଯୋଗଦେଇ ତିନୋଟି ବ୍ଲକରେ ହୋଇଥିବା ବନ୍ୟା ପରିସ୍ଥିତି ଉପରେ ଅଭିଯୋଗ ଆଣିଛନ୍ତି। ସେ କହିବା ଅନୁସାରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛ ତାହା ମଣିଷକୃତ ବୋଲି ଅଭିଯୋଗ କରିଛନ୍ତି । ଏହି ବନ୍ୟାରେ ବିଶେଷ କରି ନବରଙ୍ଗପୁର ସଦର ମହକୁମା, ନନ୍ଦାହାଣ୍ଡି ବ୍ଳକ ଓ କୋଷାଗୁମୁଡା ବ୍ଳକ ବାସୀନ୍ଦା ବିଶେଷ ପ୍ରଭାବିତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ରେଡ ଜୋନରେ ଅନ୍ତର୍ଭୁକ୍ତ ହୋଇଥିବା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଥିବା ସତ୍ତ୍ବେ ସରକାର ନୀରବ ଦ୍ରଷ୍ଟା ସାଜି ଜିଲ୍ଲାବାସୀଙ୍କୁ ବିପଦକୁ ଠେଲି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଏହି ବନ୍ୟା ମନୁଷ୍ୟ କୃତ ବୋଲି ଧରାଯିବ କାରଣ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଜଳଭଣ୍ଡାରର ପୂର୍ବରୁ ଗୋଟିଏ ଗେଟ ଖୋଲାଯିବ ବୋଲି ପ୍ରଶାସନ ପ୍ରାକ ସୂଚନା ଦେଇ ପରବର୍ତୀ ସମୟରେ ଅଚାନକ ୪ ଟି ଗେଟ୍ ଖଲିବା ପଛରେ କିଛି ରହସ୍ୟ ରହିଛି । ଅଚାନକ ପ୍ରଶାସନର ଏଭଳି ପଦକ୍ଷେପ ଯୋଗୁଁ ଜୀବନହାନୀ ହୋଇଥିଲେ କିଏ ଦାୟୀ ରହିଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି । ବିନା ସୂଚନାରେ ମଧ୍ୟ ରାତ୍ରରେ ଗେଟ ଖଲିବା ଦ୍ୱାରା ଲୋକ ମାନେ ନିଜ ଜୀବନ ବଞ୍ଚେଇବା ପାଇଁ ବାହାରକୁ ବାହାରି ନିଜ କଷ୍ଟଅର୍ଜିତ ସଂପତିକୁ ଘର ଭିତରେ ଛାଡି ଦେବାକୁ ବାଧ୍ୟ ହୋଇଥିଲେ । ଏଭଳିକି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନନ୍ତର ପାଇଁ କୌଣସି ପ୍ରକାର ଡାକବାଜୀ ଯନ୍ତ୍ର ଦ୍ବାରା ସଚେତନ କରାଯାଇ ନଥିଲା । ଗେଟ ଖୋଲିବା ପ୍ରକୀୟା ସଠିକ ଭାବେ ପାଳନ କରାଯାଇ ନାହିଁ । ଡ୍ୟାମରେ ଅଭିଜ୍ଞ ଟେକନିକାଲ ପର୍ଶନ ନଥିବା ବେଳେ ସେଠାରେ ପିଅନ ଦ୍ୱାରା ଏହି କାର୍ଯ୍ୟ ପରିଚାଳନା କରାଯାଉଛି । ଏଭଳି ସମ୍ବେଦନଶୀଳ ଘଟଣାକୁ ପ୍ରଶାସନ ଅତି ହାଲୁକା ଭାବେ ନେବା ପରିତାପର ବିଷୟ । ବନ୍ୟା ଘେରରେ ଥିବା ଲୋକ ମାନେ ମାସବ୍ୟାପୀ ସଂଗ୍ରହ କରିଥିବା ଖାଦ୍ୟ ସାମଗ୍ରୀ, ଆସବାବ ପତ୍ର ପ୍ରଭୃତିକୁ ବଞ୍ଚେଇ ପାରି ନଥିଲେ । ସେମାନଙ୍କ ନିକଟକୁ ରିଲିଫ ସାମଗ୍ରୀ, ମହମବତୀ, ଔଷଧ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି । ଅପରପକ୍ଷେ, ଖୋଦ୍ ସଦର ମହକୁମାରେ ବନ୍ୟା ପରିସ୍ଥିତ ସୃଷ୍ଟି ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଚାମୁରିଆଗୁଡା, ଜାମାଲ କଲୋନୀ, ନିଳକଣ୍ଠଶ୍ବର ମନ୍ଦିର ଆଦି ଅଞ୍ଚଳରେ ୮ରୁ ୧୦ ଫୁଟ ପର୍ଯ୍ୟନ୍ତ ଜଳମଗ୍ନ ହୋଇଥିଲା । ପ୍ରଶାସନ ପକ୍ଷରୁ ଉଚିତ୍ ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ପର୍ଯ୍ୟାପ୍ତ ପରିମାଣରେ ଡଙ୍ଗାର ଅଭାବ ସହ ଓଡ୍ରାଫ ଟିମର ଅଭାବ ହେତୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଘଟିଥିଲା । ଲୋକମାନେ ଅନ୍ଧାର ଓ ଭୋକ ଉପାସରେ କାଳାତିପାତ କରିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ନିକଟକୁ ପହଞ୍ଚି ପାରି ନଥିଲା । ବନ୍ୟା ଶେଷ ହେବା ପରେ ବିକଳ ଚିତ୍ର ଦେଖ‌ିବାକୁ ମିଳିଛି । ବନ୍ୟା ଯୋଗୁଁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ଦ୍ବାରା ଧାନଚାଷ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଛି । ଅଭାବ ଅନାଟନ ମଧ୍ୟରେ ସାର ବିହ‌ନ ସଂଗ୍ରହ କରି ଚାଷୀମାନେ ଋଣରେ ଚାଷ କରିଥିବା ବେଳେ ବର୍ତମାନ ଫସଲ ଜଳମଗ୍ନ ହେବା ଦ୍ବାରା ସମସ୍ତ ଚାଷ ନଷ୍ଟ ହେବାର ଆଶଙ୍କା ରହିଛି । ତେଣୁ ଚାଷୀ ମାନଙ୍କୁ ସମ୍ପୂର୍ଣ ଋଣ ଛାଡ କରିବା ସହ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି କହିଛନ୍ତି ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ । ସହରରେ ପାନୀୟ ଜଳ ଯୋଗଣ ଠପ ହୋଇ ପଡିଛି । ତୁରନ୍ତ ବନ୍ୟା ପ୍ରଭାବିତ ଅଂଚଳରେ ଥିବା କୂଅ, ନଳକୂଅ ଆଦିର ଜଳ ବିଶୋଧନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉ ନଚେତ ହଇଜା ବ୍ୟାପୀବାର ଆଶଙ୍କା ରହିଛି । ମଣିଷ କୃତ ବନ୍ୟା ପାଇଁ ଦାୟି ରହିଥ‌ିବା କର୍ମଚାରୀ ମାନଙ୍କ ବିରୂଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବତନ ବିଧାୟକ ଭୂଜବଳ ମାଝୀ, ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ତ୍ରିପାଠୀ ଦାବି କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ଆକାଶ ମାର୍ଗ ପରିଦର୍ଶନକୁ କଂଗ୍ରେସ ଆକ୍ଷେପ କରିବା ସହ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ‘ମାନଙ୍କ ମଧ୍ୟରେ ଦିଲ୍ଲୀପ ବେହେରା, ବନମାଳୀ ଭତ୍ରା, ଗୋପାଳ ତ୍ରିପାଠୀ, ଗଣେଷ ପଟ୍ଟନାୟକ, ତୁଫାନ ଷଡଙ୍ଗୀ, ସୁରଜ ଲାଇ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ