ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଗୁଣି ସନ୍ଦେହରୁ ଏକ ଗ୍ରାମର ମଝିରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରି ବାନ୍ଧି ରଖିଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି. ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି. ଘଟଣା ଘଟିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ରୁମ୍ବାତିନ ଗ୍ରାମରେ। ଏନେଇ ସେରଙ୍ଗ ଥାନାରେ ଥାନରେ ଅଭିଯୋଗ ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଜନୈକ ବ୍ୟକ୍ତିଙ୍କ ମାଆ ଏବଂ ପୁଅର ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ନେଇଥିଲେ ପରିବାର ଲୋକ। ମାତ୍ର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଲା ନାହିଁ। ଏନେଇ ପରିବାର ଲୋକ ପଡ଼ିଶା ଘରେ ରହୁଥ‌ିବା ଜଣେ ବୃଦ୍ଧଙ୍କୁ ଗୁଣିଗାରେଡି କରିଥିବା ସନ୍ଦେହରେ ମରଣାନ୍ତକ ଆକ୍ରମଣ କରି ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଖବର ପାଇ ସେରଙ୍ଗ ସେ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ କବଳରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ଘଟଣା ନେଇ ସେରଙ୍ଗ ଥାନା ପକ୍ଷରୁ ୮୯/ ୨୦୨୬ ପ୍ରକାରେ ମାମଲା ରୁଜୁ ହୋଇଛି। ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ତଦନ୍ତ ଜାରି ରହିଥ‌ିବା ସେରଙ୍ଗ ଥାନା ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ