ଚୋରାମଦ ଜବତ, ୬ ଗିରେଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ସଦର, କେନ୍ଦ୍ରାପଡ଼ା ଟାଉନ ଓ ଡେରାବିଶ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବଡହାଟ ଗ୍ରାମର ହରେକୃଷ୍ଣ ବେହେରା (୪୨)ଙ୍କ ଠାରୁ ୨୧ ଲିଟର ଚୋରା ବିଦେଶୀ ମଦ, ଗୁଲନଗର ଗ୍ରାମର ଅଶୋକ ମଳିକ(୪୬) ଙ୍କ ଠାରୁ ୧୯ ଲିଟର ଚୋରା ଦେଶୀ ମଦ ଓ ଜଳଧର ସେଠୀ (୩୮)ଙ୍କ ଠାରୁ ୧୦ ଲିଟର ଚୋରା ଦେଶୀ ରନ୍ଧା ମଦ, ଠାକୁରହାଟ ଗ୍ରାମର ଅମର ସେଠୀ(୩୯)ଙ୍କ ଠାରୁ ୨୫ ଲିଟର ଚୋରା ବିଦେଶୀ ମଦ, ବେଲାରପୁର ଗ୍ରାମର କାହ୍ନୁ ଚରଣ ବେହେରା(୬୯)ଙ୍କ ଠାରୁ ୨୧ ଲିଟର ବିଦେଶୀ ଚୋରା ମଦ ଏବଂ ବେଲାରପୁର ଗ୍ରାମର ଆଦୀପ୍ତ କର(୩୧)ଙ୍କ ଠାରୁ ୩୦ ଲିଟର ବିଦେଶୀ ଚୋରା ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୨୬ ଲିଟର ବିଦେଶୀ ଓ ଦେଶୀ ଚୋରା ରନ୍ଧା ମଦ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


