ଉନ୍ନତ ମାଛ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ କର୍ମଶାଳା ଓ ସଚେତନତା ଶିବିର
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସଭାଗୃହ ଠାରେ ମସ୍ଚ୍ୟ ଚାଷ ପ୍ରଶିକ୍ଷଣ କର୍ମଶାଳା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ମସ୍ଚ୍ୟ ସମ୍ପ୍ରସାରଣ ଅଧିକାରୀ ଶୁଭମ କୁମାର ପ୍ରଧାନଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ମସ୍ଚ୍ୟ ସମ୍ପ୍ରସାରଣ ବିଭାଗର ଉପ ନିର୍ଦେଶକ ପ୍ରମୋଦ କୁମାର ରାଉତ, କେନ୍ଦୁଝରର ସହକାରୀ ମସ୍ଚ୍ୟ ସମ୍ପ୍ରସାରଣ ଅଧିକାରୀ ବୀରେନ ନାଇକ, ଘଟଗାଁ ବ୍ଲକର ସହକାରୀ ମସ୍ଚ୍ୟ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ରାଉତ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଏବିଡ଼ିଓ ରଶ୍ମିରେଖା ନାଇକ ପ୍ରମୁଖ ଯୋଗଦେଇ ଅତ୍ୟାଧୁନିକ ପ୍ରଣାଳୀରେ କିପରି ମାଛଚାଷ କରାଯାଇ ଅଧିକ ଲାଭବାନ ହେବେ ତାହା ଉପରେ ମାଛ ଚାଷୀ ମାନଙ୍କୁ ତାଲିମ ଦେଇଥିଲେ। ଅଧିକରୁ ଅଧିକ ଚାଷୀ କିପରି ମାଛଚାଷ ପ୍ରତି ଆକୃଷ୍ଟ ହେବେ ଓ ମାଛଚାଷ ପାଇଁ ଥିବା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନ କରା ଯାଇଥିଲା। ଏଥିରେ ବ୍ଲକର ଶତାଧିକ ଚାଷୀ ସାମିଲ ହୋଇଥିଲେ।


