ନିରଞ୍ଜନ ନଗର ରାସ୍ତାରେ ଆଲୋକୀକରଣ ବାଟବଣା !

ଆସିକା (ୱାଇଏନ୍‍ଏସ୍‍) : ସହରାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବହୁବିଧ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଦାୟିତ୍ୱରେ ଥିବା କେତେକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ସହରରେ ତାହା ବହୁମାତ୍ରାରେ ବାଟବଣା ହେବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ୧୮ଟି ୱାର୍ଡ ବିଶିଷ୍ଟ ଆସିକା ପୌର ପରିଷଦର ଶତାଧୀକ ସାହିବସ୍ତି ସମେତ କଳିଙ୍ଗରୋଡକୁ ଉଜ୍ଜଳ ଆଲୋକୀକରଣ କରାଯାଇ ସେଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ଏକ ଘରୋଇ ଠିକାସଂସ୍ଥା ଉପରେ ନ୍ୟସ୍ତ କରାଯାଇଥିବା ଜଣାପଡିଛି । ଆସିକା ପୌର ପରିଷଦ ପକ୍ଷରୁ ଆଲୋକୀକରଣ ପରିଚାଳନା ଦାୟିତ୍ୱରେ ଥିବା ଠିକାସଂସ୍ଥାକୁ ଚୁକ୍ତି ଅନୁଯାୟୀ ବିଗତ କିଛି ବର୍ଷ ହେଲା ବିଭିନ୍ନ ସମୟରେ ପ୍ରାପ୍ୟ ମଧ୍ୟ ନୀତିନିୟମ ଅନୁଯାୟୀ ପ୍ରଦାନ କରାଯାଉଛି । ତେବେ ଦୀର୍ଘ ଦିନ ହେଲା ୧୪ ନମ୍ବର ୱାର୍ଡ ଅଧୀନସ୍ଥ ନିରଞ୍ଜନ ନଗର ମୁଖ୍ୟରାସ୍ତାର ରେଡିକା ସାହି ଛକ-ମୃତ୍ୟୁଞ୍ଜୟ ଗଳି ଛକ ପାଶ୍ୱର୍ରେ ଥିବା ବିଦ୍ୟୁତ ଖୁଣ୍ଟର ଏଲ୍‍ଇଡି ଲାଇଟଟି ଅଚଳ ହୋଇପଡିଥିଲେ ମଧ୍ୟ ତାହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ଘରୋଇ ଠିକାସଂସ୍ଥାର ଉଦାସୀନ ମନୋବୃତ୍ତି ଓ ପୌର ପରିଷଦ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଆସିକା ପୌର ପରିଷଦ ପରିସରଭୁକ୍ତ ନିରଞ୍ଜନ ନଗରରେ ଲାଗିଥିବା ଗୋଟିଏ ବିଦ୍ୟୁତ ଖୁଣ୍ଟର ଏଲ୍‍ଇଡି ଲାଇଟ୍‍ ଦୀର୍ଘ ଦିନ ହେଲା ଧପ ଧପ ହୋଇ ଜଳୁଥିଲେ ମଧ୍ୟ ତାହାକୁ ସଜାଡିବା ପାଇଁ ପଦକ୍ଷେପ ନିଆନଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‍ବେଗ ପ୍ରକାଶ ପାଉଛି । ଆସିକା ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳରେ ଲାଗିଥିବା ଷ୍ଟ୍ରିଟ୍‍ ଲାଇଟ୍‍ ମଧ୍ୟରୁ ଖୁବ୍‍ କମ୍‍ ଲାଇଟ୍‍ ସଠିକ୍‍ ଭାବେ ଜଳୁଥିବା ବେଳେ ଅଧିକାଂଶ ଏଲ୍‍ଇଡି ଲାଇଟ୍‍ କେଉଁଠି ମିଞ୍ଜି ମିଞ୍ଜି ହୋଇ ତ ଆଉ କେଉଁଠି ଆଦୌ ଜଳୁନଥିବା ଅଭିଯୋଗ ହେଉଛି । ସହରର ବିଭିନ୍ନ ସାହିବସ୍ତିର ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଏଲ୍‍ଇଡି ଲାଇଟ୍‍ ଗୁଡିକ ଠିକ୍‍ ଭାବେ ନିୟମିତ ଜଳୁଛି କି ନାହିଁ ତାହାର ମଧ୍ୟ ତଦାରଖ କରାଯାଉନଥିବା ଅଭିଯୋଗ ହେଉଛି । ସେବା ନାଁରେ ଘରୋଇ ସଂସ୍ଥାକୁ ହଜାର ହଜାର ଟଙ୍କା ବିଭିନ୍ନ ସମୟରେ ଗଣାଯାଉଥିବା କେତେକ ମହଲରେ ମତ ପ୍ରକାଶ ପାଉଛି । ଆସିକା ପୌର ପରିଷଦ ପରିସରଭୁକ୍ତ ନିରଞ୍ଜନ ନଗର ଅଞ୍ଚଳର ଆଲୋକୀକରଣ ବ୍ୟବସ୍ଥା ଦିନକୁ ଦିନ ବାଟବଣା ହେବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଅନ୍ଧାର ରାତିରେ ନିରଞ୍ଜନ ନଗରର ଆଲୋକୀକରଣ ବ୍ୟବସ୍ଥା ରେଡିକା ସାହି ଛକ ନିକଟରେ ବାଟବଣା ହୋଇଯାଇଥିବାରୁ ବହୁ ସାଧାରଣ ଜନତା ଘରୁ ବାହାରିବାକୁ ନିରାପଦ ମଣୁନଥିବା ବେଳେ ସମସ୍ୟାକୁ ସମାଧାନ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ନୀରବତାକୁ ନେଇ ବି ଅସନ୍ତୋଷ ପ୍ରକାଶ ପାଉଛି । ଏଲ୍‍ଇଡି ଲାଇଟ୍‍ର ପରିଚଳନା ଓ ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ନେଇଥିବା ଠିକ୍‍ ସଂସ୍ଥାକୁ ଅବହେଳା ଓ ଦାୟିତ୍ୱହୀନତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୪ ନମ୍ବର ୱାର୍ଡର ନିରଞ୍ଜନ ନଗରର ମୁଖ୍ୟରାସ୍ତା ପାଶ୍ୱର୍ରେ ରେଡିକା ସାହି-ମୃତ୍ୟୁଞ୍ଜୟ ଗଳି ଛକ ନିକଟରେ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଏଲ୍‍ଇଡି ଲାଇଟ୍‍ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଥିବା ଯୋଗୁଁ ପ୍ରାତଃ ଭ୍ରମଣକାରୀମାନେ ବୁଲା କୁକୁରଙ୍କ ଭୟରେ ରାସ୍ତାରେ ଯାତାୟତ କରିବାକୁ ନିରାପଦ ଓ ସୁରକ୍ଷିତ ମଣୁନଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ନିରଞ୍ଜନ ନଗର ସ୍ଥିତ ରେଡିକା ସାହି ଛକ ନିକଟରେ ଅସଜଡା ଏଲ୍‍ଇଡି ଲାଇଟ୍‍କୁ କାର୍ଯ୍ୟକ୍ଷମ କରିବା ସାଙ୍ଗକୁ ଚୁକ୍ତି ଅନୁଯାୟୀ ଦାୟିତ୍ୱ ସଂପାଦନ କରିବାରେ ଅବହେଳା କରୁଥିବା ଘରୋଇ ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ