ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତାଲିମ ଶିବିରରେ ଟାଙ୍ଗଣାପଲ୍ଲୀ ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ କୃତିତ୍ୱ

ଛତ୍ରପୁର,(ଓ୍ବାଇଏନଏସ): ଓଡିଶା ତୃତୀୟ କମ୍ପାନୀ ଏନ୍. ସି. ସି.ର ତାଲିମ ଶିବିର ଗତ ଜୁନ୍ ୨୬ ତାରିଖ ଠାରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ପାରଳା ମହାରାଜା ଯାନ୍ତ୍ରିକ ମହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଶିବିର କମାଣ୍ଡେଣ୍ଟ ମେଜର ଈକ୍ଷିତ ଶର୍ମା ଶିବିର ଉଦ୍ ଘାଟନ କରିଥିଲେ | ଶିବିରରେ କ୍ୟାଡେଟ ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ଦାନ ସହ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା | ଏହ ସମସ୍ତ ପ୍ରତିଯୋଗିତାରେ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ନଡାଲ୍ ଉଚ୍ଚ ବିଦ୍ୟାପୀଠର ଛାତ୍ର ଛାତ୍ରୀ ସର୍ବାଧିକ ପୁରସ୍କାର ଓ ପ୍ରମାଣ ପତ୍ର ପାଇ ବିଦ୍ୟାଳୟର ଗୗରବ ବୣଦ୍ଧି କରିଛନ୍ତି | ରାଗିଣୀ ପ୍ରଧାନ ତର୍କରେ ପ୍ରଥମ, ଆର୍ୟନ ମହାରଣା ତର୍କରେ ଦ୍ୱିତୀୟ, ଶାକା ତ୍ରୣପ୍ତି କୁଇଜ୍ ରେ ପ୍ରଥମ, ସୁଶ୍ରୀ ଅଂଶିତା ପାତ୍ର କୁଇଜରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ର ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ସୣଷ୍ଟି ହୋଇଛି l ବିଦ୍ୟାଳୟର ଏନ୍. ସି. ସି ଶିକ୍ଷକ ଫାଷ୍ଟ ଅଫିସର ସୁଧାକର ବଳୀଙ୍କ ତତ୍ବାବଧାନରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପାଇଁ ଏହି ଗୗରବ ଆଣିଥିବାରୁ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ପୂର୍ବତନ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ