ବିପନ୍ନଙ୍କୁ ଖାଦ୍ୟ ବଣ୍ଟନ କଲେ ସରପଞ୍ଚ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ଶିବନାରାୟଣପୁର ଗ୍ରାମରେ ପାହାଡ଼ ପାଣି ଆସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଥିବା ବେଳେ ଅନେକ ପରିବାରରେ ଘରେ ପାଣି ପସି ଯାଇଥିବାରୁ ଲୋକମାନେ ଗତ କାଲି ଠାରୁ ବାହାରକୁ ବାହାରି ପାରୁ ନାହାନ୍ତି। ଏପରିକି ଅନେକ ଲୋକଙ୍କ ରୋଷେଇ ଘରେ ପାଣି ପସିଥିବାରୁ ରୋଷେଇ କରି ନପାରି ଉପବାସରେ ରହିଥିଲେ। ବଞ୍ଚୋ ପଞ୍ଚାୟତର ସରପଞ୍ଚ ପରିସ୍ଥିତି ଅନୁଧ୍ୟାନ କରିବା ପରେ ୨୦୦ରୁ ଉର୍ଦ୍ଧ  ପରିବାରକୁ ଶୁଖିଲା ଖାଦ୍ୟ  ପାଇଁ ୭ କୁଇଣ୍ଟାଲ ଚୁଡା, ୧୦୦୦ପ୍ୟାକେଟ ବିସ୍କୁଟ ଆଦି ଯୋଗାଇ ଦେଇଥିଲେ। ମିଶନ ଶକ୍ତିର ସାଂସଦ ପ୍ରତିନିଧି ମିନତୀ ମହାପାତ୍ର, ସୁରେନ୍ଦ୍ର ସାହୁ, ଶରତ ବେହେରା, ବଳରାମ ମିଶ୍ର, ହୁସିକେଶ ପରିଡା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ